ହିଂସାରୁ ଆସିଲା ଏଭଳି ଏକ ବାର୍ତା

0

୨୮.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଉତ୍ତରପୂର୍ବ ଦିଲ୍ଲୀରେ 4ଦିନ ଧରି ଲାଗିରହିଥିବା ହିଂସା ଫଳରେ ଅନେକ କ୍ଷୟକ୍ଷତି ଘଟିଛି l ଏହି ହିଂସା ଯୋଗୁଁ ଶହ ଶହ ପରିବାର ବାସହରା ହୋଇଯାଇଛନ୍ତି l ଅନେକ ଦୋକାନ, ବଜାର ସହ ବହୁ ଧାନ ଜୀବନ ନଷ୍ଟ ହୋଇଛି ଏବଂ ଅନେକଙ୍କର ପ୍ରାଣ ମଧ୍ୟ ଯାଇଛି I ଦିଲ୍ଲୀର ଅଶୋକ ନଗର ବାସିନ୍ଦା ଏଥିଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି l ଏଠାରେ ଥିବା ପ୍ରାୟ 40ଟି ମୁସଲମାନଙ୍କ ଘର ଜଳିଯିବାପରେ ହିନ୍ଦୁ ପଡ଼ୋଶିମାନେ ଆଶ୍ରୟ ଦେଇଛନ୍ତି l ଜାଫରବlଦ୍ ର କେତେକ ମୁସଲମାନ ବହୁଳ ଅଂଚଳରେ ମଧ୍ୟ ହିନ୍ଦୁଙ୍କ ଜିବନ ରକ୍ଷl ପାଇଁ ସେମାନଙ୍କ ମୁସଲମାନ ପଡ଼ୋଶିମାନେ ପୁର୍ଣ୍ଣ ସହଯୋଗ କରିଥିଲେ l ଦଙ୍ଗାରେ ପୀଡିତ ମହମ୍ମଦ ରସିଦ କହିଛନ୍ତି ସେ ଦୀର୍ଘ 25 ବର୍ଷ ଧରି ସେ ଏହି ସ୍ଥାନରେ ରହିଛନ୍ତି କିନ୍ତୁ କେତେ ପଡୋଶୀ ହିନ୍ଦୁ ଙ୍କ ସହ ତାଙ୍କର ବିବାଦ ହୋଇନାହିଁ l ସେହିପରି ଅନ୍ୟଜଣେ ବାସିନ୍ଦା ନିରାଜ କୁମାର କହିଛନ୍ତି ହିଂସା ପରେ ସମ୍ପୃକ୍ତ ଅଂଚଳରେ ସମସ୍ତେ ପରସ୍ପରକୁ ସହଯୋଗର ହାତ ବଢ଼ାଇଛନ୍ତି l

Leave A Reply

Your email address will not be published.