ନବୀନ ବଡ ଭଉଣୀ ଗୀତl ମେହେଟ୍ଟାଙ୍କ ପାଞ୍ଜିକରଣ କରିବାସହ କଲେ ଏପରି ଟୁଇଟ

0

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ସରକାରଙ୍କ କୋଭିଡ୍-୧୯ ପୋର୍ଟାଲରେ ପଞ୍ଜୀକରଣ କରାଇଛନ୍ତି l ଏନେଇ ସେ ଟୁଇଟକରି ରାଜ୍ୟବାସୀଙ୍କୁ ଜଣାଇଛନ୍ତି I ବିଦେଶରୁ ଓଡିଶା ଆସିଥିବା ଗୀତ ମେହେଟ୍ଟାଙ୍କ ପଞ୍ଜୀକରଣ କରିବାକୁ ଯାଇ ନବୀନ ଉଲ୍ଲେଖ କରିଛନ୍ତି ଯେ ବିଦେଶରୁ ଓଡ଼ିଶାକୁ ଆସୁଥିବା ନିଜର ପରିଜନ ଓ ବନ୍ଧୁବ‌ାନ୍ଧବଙ୍କୁ ପଞ୍ଜୀକୃତ କରାନ୍ତୁ। ଏହା ଓଡ଼ିଶାକୁ କରୋନାଭାଇରସ୍ ସଂକ୍ରମଣରୁ ରକ୍ଷା କରିବ।

ନବୀନଙ୍କ ପରି ପୁରୀ ଗଜପତି ନିଜର ଏବଂ ପରିବାର ସଦସ୍ୟଙ୍କ ପଂଜିକୃତ କରାଇଥିବାବେଳେ ଆଇଏଏସ୍ ଭିନିଲ୍ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରି ନିଜର ପଞ୍ଜୀକରଣ କରାଇଥିଲେ।ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ପୁଅ ମଧ୍ୟ ପଂଜିକୃତ କରାଇଛନ୍ତି l

Leave A Reply

Your email address will not be published.