ମହାମାରୀ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶ

0

ରାଜ୍ୟରେ ମହାମାରୀ କରୋନା ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି l ରାଜ୍ୟରେ ଦୈନିକ 15 ହଜାର କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ସୁରଟରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ ଟ୍ରେନ ଯୋଗେ ଆଣିବା ଉପରେ ଗୁରୁତ୍ଵ ଦେଇଛନ୍ତି l ଏଥିସହିତ ଗ୍ରୀନ୍ ଜୋନ୍ ମାନଙ୍କରେ କୃଷି କାର୍ଯ୍ୟ, ପରିବହନ, ଶିଳ୍ପ ସ୍ୱାଭାବିକ କରାଯିବ ବୋଲି ପରାମର୍ଶ ଦେଇଛନ୍ତି l ଆଗାମୀ ଦିନରେ ବାରିପଦା, ବାଲେଶ୍ଵର, କୋରାପୁଟ ଏବଂ ବଲାଙ୍ଗୀର ରେ ଟେଷ୍ଟିଙ୍ଗ ସୁବିଧାର ବିକାଶ କରାଯିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି l ଶିଳ୍ପ ସଂସ୍ଥା ମାନଙ୍କରେ ପରିଚାଳନା ନିମନ୍ତେ ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରାଯିବ l ଚାଷୀ ଏବଂ ଏସଏଚଜି ଙ୍କ ଉପରେ ମତ ରଖିବାକୁ ଯାଇ କହିଛନ୍ତି ଏମାନଙ୍କର ରୁଣ ସହାୟତା ବୃଦ୍ଧି କରାଯିବ l ମିସନ୍ ଶକ୍ତି ରେ କାମ କରୁଥିବା ମା ମାନଙ୍କୁ ପ୍ରତି ମିଲ୍ ପିଛା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ଦୁଇ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ l ଚାଷ ଉପରେ ଗୁରୁତ୍ବ ଦେବାକୁ ଯାଇ କହିଛନ୍ତି ଯେ ଖରିଫ ଋତୁ ପାଇଁ ବିହନ ଏବଂ କୃଷିଜାତ ଉପକରଣ ଯେପରି କୃଷକ ମାନେ ପାଇପାରିବେ ସେ ଉପରେ ପଦକ୍ଷେପମାନ ଗ୍ରହଣ କରାଯିବ l ଏଥିସହିତ କରୋନା ମୁକାବିଲା ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ କ୍ଷେତ୍ର ର ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ କରୋନା ମୁକାବିଲା ପାଇଁ ସତର୍କ ରହିବା ପାଇଁ ଆହ୍ଵାନ ଦେଇଛନ୍ତି l

Leave A Reply

Your email address will not be published.