ରାଜ୍ୟରେ ଆଉ 6 କରୋନା ଆକ୍ରାନ୍ତ ଚିହ୍ନଟ

0

ରାଜ୍ୟରେ ଆଉ 6 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଉକ୍ତ 6 ଜଣଙ୍କ ମଧ୍ୟରୁ 5 ଜଣ ଯାଜପୁର ଜିଲ୍ଲା ର ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣା ପଡିଛି l ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ 3 ଜଣ, କୋରେଇ ରୁ ଜଣେ ଦାଶରଥପୁରରୁ ଜଣେ ଚିହ୍ନଟ ହୋଇଛନ୍ତି l ସେହପରି ଆଉ ଜଣେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଞ୍ଚଳର ବୋଲି ଜଣାପଡିଛି l ଉକ୍ତ 6 ଜଣ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 74 ରେ ପହଁଞ୍ଚିଛି l ସମସ୍ତ ଆକ୍ରାନ୍ତ କୋଲକାତାରେ ଶ୍ରମିକ ଭବରେ କାର୍ଯ୍ୟରତ ଥିଲେ l ଯାଜପୁର ଜିଲ୍ଲପାଳ ରଞ୍ଜନ କୁମାର ଦାସ କହିଛନ୍ତି ଯେ ସମ୍ପୃକ୍ତ ଆକ୍ରାନ୍ତଙ୍କ ପଞ୍ଚାୟତ କୁ କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରାଯିବ l ଆଜି ଗୋଟିଏ ଦିନରେ 13 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

Leave A Reply

Your email address will not be published.