ନୀଳଚକ୍ର ବlନlରେ ଲାଗିନାହିଁ ନିଆଁ ଭ୍ରମ ସୃଷ୍ଟି କରୁଥିଲା ବଳିତା

0

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଜଗନ୍ନାଥଙ୍କ ନୀଳଚକ୍ର ବାନାରେ ନିଆଁ ଲାଗିଯାଇଥିବା ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ତାହା ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିIଥିଲା l ଏହି ଖବରକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଚୂନେରା ସେବାୟତ ଡକ୍ଟର ଶରତ ଚନ୍ଦ୍ର ମହାନ୍ତି । ସେବାୟତ କହିଛନ୍ତି ନୀଳଚକ୍ର ବାନା ରେ କୌଣସି ନିଆଁ ଲାଗିନାହିଁ l ଗତକାଲି ଏକାଦଶୀ ଥିବାରୁ ନୀଳଚକ୍ର ଉପରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା 7ଟା 40 ମିନିଟ୍ ରେ ଜଗତର କଲ୍ୟାଣ ପାଇଁ ମହାଦୀପ ଉଠିଥିଲା l ମହାଦୀପ ଉଠିବାର କିଛି ସମୟ ପରେ ପବନ ହେବାରୁ ମହାଦୀପରୁ ବଳିତା ଉଡିଯାଇଥିଲା I ଯାହାକୁ ଦେଖି ଦେଖଣାହାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା l ବାଳିତlକୁ ଦେଖି ନୀଳଚକ୍ର ବାନାରେ ନିଅଁ ଲାଗିଯାଇଥିବା ଭ୍ରମ ସୃଷ୍ଟି ହୋଇଥିଲା l

Leave A Reply

Your email address will not be published.