ନୀତି ଆୟୋଗ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ

0

ନୀତି ଆୟୋଗର ଜଣେ କର୍ମଚାରୀ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି l ନୀତି ଆୟୋଗର ଡେପୁଟି ସେକ୍ରେଟାରୀ ଅଜିତ କୁମାର ଙ୍କ ସୂଚନା ମୁତାବକ ନୀତି ଆୟୋଗ କାର୍ଯ୍ୟାଳୟର ଜଣେ କର୍ମଚାରୀ ମହାମାରୀ କରୋନା ଭାଇରସ୍ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି l ଏହି ଆକ୍ରାନ୍ତ ଜଣାପଡିବା ପରେ ନୀତି ଆୟୋଗ କାର୍ଯ୍ୟାଳୟ ରେ ଆବଶ୍ୟକ ପ୍ରୋଟୋକଲ ପାଳନ କରାଯାଉଛି l ନୀତି ଆୟୋଗ କାର୍ଯ୍ୟାଳୟ ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କୋଠା କୁ ଦୁଇ ଦିନ ଧରି ସିଲ୍ କରିଦିଆଯାଇଛି l ଏବଂ ସାନିଟାଇଜେସନ ପାଇଁ ବିଲ୍ଡିଂ କୁ ସିଲ କରି ଆବଶ୍ୟକୀୟ ପ୍ରୋଟୋକଲ ପାଳନ କରାଯାଉଛି l ପ୍ରଥମେ ରାଷ୍ଟ୍ରପତି ଭବନ ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ରାଷ୍ଟ୍ରପତି ଭବନ ପରେ ସୁପ୍ରିମ କୋର୍ଟ ପରିସରରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ବର୍ତ୍ତମାନ ନୀତି ଆୟୋଗ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଅଟନ୍ତି l ଉକ୍ତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଲ୍ଡିଂ କୁ ସିଲ କରି ସାନିଟାଇଜେସନ କରିବା ସହ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ପଠାଇଦିଆଯାଇଛି l

Leave A Reply

Your email address will not be published.