କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଘୋଷଣା: ଦେଶରେ ଚାଲିବ ୨ ପ୍ରକାର ଇନ୍ଧନରେ ଚାଲୁଥିବା ଗାଡ଼ି

0

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ ଦୀର୍ଘଦିନ ଧରି ଭାରତୀୟ ପରିବହନ କ୍ଷେତ୍ର ପାଇଁ ବାୟୋ ଇନ୍ଧନ ଯାନ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଏହାରି ମଧ୍ୟରେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦେଶରେ ଖୁବଶୀଘ୍ର ଚାଲିବାକୁ ଯାଉଛି ୨ ପ୍ରକାର ଇନ୍ଧନରେ ଚାଲୁଥିବା ଗାଡ଼ି । ଗୋଟିଏ ଗାଡ଼ି ଉଭୟ ବ୍ୟାଟେରୀ ଓ ତେଲ ଇନ୍ଧନରେ ଚାଲିପାରିବ । ଏନେଇ ୩ରୁ ୪ ମାସ ଭିତରେ ନିର୍ଦ୍ଦେଶାନାମା ଜାରି ହେବ । ସବୁ ଯାନ ଉତ୍ପାଦକଙ୍କ ପାଇଁ ନିର୍ଦେଶନାମା ବାଧ୍ୟତାମୂଳକ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.