ଏଣିକି ଅଧ୍ୟାପକମାନେ ହୋଇପାରିବେ IAS: ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ

0

ରାଜ୍ୟର ଦରମା ପ୍ରାପ୍ତ (ଷ୍ଟେଟସ୍ ସ୍କେଲ୍ ଅଫ୍ ପେ) ଅଧ୍ୟାପକମାନେ ଆଇଏଏସ୍ ଅଫିସର ରାଙ୍କକୁ ପଦୋନ୍ନତି ପାଇବେ । ଓଡ଼ିଶା ଶିକ୍ଷା ସର୍ଭିସ୍ (ଓଇଏସ)କୁ ନନ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇଛି । ଓଇଏସ କ୍ୟାଡରକୁ ନନ୍ ଷ୍ଟେଟ ସିଭିଲ ସର୍ଭିସ ତାଲିକାରେ ସାମିଲ କରାଯାଇ ନଥିବାରୁ ଏହି କ୍ୟାଡରର ଗ୍ରୁପ-୧ ଅଧ୍ୟାପକମାନେ ଓଡ଼ିଶା କ୍ୟାଡର ଆଇଏଏସ୍ ଚୟନରୁ ବଞ୍ଚିତ ହେଉଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

ଓଇଏସ୍ କ୍ୟାଡରର ଅଧ୍ୟାପକମାନେ ଗ୍ରୁପ-ବିରୁ ଚାକିରି ଜୀବନ ଆରମ୍ଭ କରିଥାନ୍ତି । ଚାକିରି କରିବାର ୮ ବର୍ଷ ପରେ ସେମାନେ ଗ୍ରୁପ-ଏକୁ ପଦୋନ୍ନତି ପାଇବା ପରେ ସଂଶୋଧିତ ହାରରେ ଗ୍ରେଡ୍ ପେ ପାଇଥାନ୍ତି । ଉକ୍ତ ଗ୍ରେଡ୍ ପେ ଡେପୁଟି କଲେକ୍ଟରଙ୍କ ଗ୍ରେଡ୍ ପେ ସହିତ ସମାନ ହୋଇଥାଏ । ଓଇଏସ କ୍ୟାଡରକୁ ନନ୍ ଷ୍ଟେଟ ସିଭିଲ୍ ସର୍ଭିସ ତାଲିକାରେ ସାମିଲ କଲେ ବରିଷ୍ଠ ଅଧ୍ୟାପକମାନେ ଓଡ଼ିଶା କ୍ୟାଡରର ଆଇଏଏସ୍ ଚୟନ ତାଲିକାରେ ସ୍ଥାନ ପାଇପାରିବେ । ଓଇଏସ୍ ଷ୍ଟେଟ ସ୍କେଲ କ୍ୟାଡରକୁ ଆଇଏଏସ ପଦୋନ୍ନତି ତାଲିକାରେ ସାମିଲ କରାଯାଉ ନଥିବାରୁ ପୂର୍ବରୁ ସରକାରୀ କଲେଜର ବରିଷ୍ଠ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା । ତେଣୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଓଡ଼ିଶା ରାଜ୍ୟ ସରକାରୀ କଲେଜ ଶିକ୍ଷକ ସଂଘର ସଭାପତି ସ୍ୱାଗତ କରିଛନ୍ତି ।

Leave A Reply

Your email address will not be published.