Microsoft ୟୁଜର୍ସ ଏଣିକି ବିନା ପାସୱାର୍ଡରେ କରିପାରିବେ ସାଇନ୍-ଇନ୍, ଜାଣନ୍ତୁ ପ୍ରୋସେସ୍

0

ଯଦି ଆପଣମାନେ ଭାବୁଥାନ୍ତି ପାସୱାର୍ଡ ବ୍ୟବହାର କଲେ ଆପଣଙ୍କର ମାଇକ୍ରୋସଫ୍ଟ ଆକାଉଣ୍ଟ ସୁରକ୍ଷିତ ରହିବ, ତେବେ ତାହା ଆପଣଙ୍କର ଭୁଲ୍ ଧାରଣା । ଯେ କେହି ବି ଆପଣଙ୍କର ପାସୱାର୍ଡ ଅନୁମାନ କରି ଚୋରି, ଫିସ୍ ଆଦି କରିପାରିବେ । ଅନେକ ଲୋକ ପାସୱାର୍ଡକୁ ମନେରଖି ପାରନ୍ତି ନାହିଁ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାଇକ୍ରୋସଫ୍ଟ ପାସୱାର୍ଡଲେସ୍ ସାଇନ-ଇନ୍ ଅପ୍ସନ ନେଇ ଆସିଛି । କମ୍ପାନୀ ନିଜର ୟୁଜର୍ସମାନଙ୍କୁ ବିନା ପାସୱାର୍ଡରେ ସାଇନ-ଇନ୍ କରିବାର କଣ୍ଟ୍ରୋଲ ଦେବାକୁ ଯାଉଛି । ୟୁଜର୍ସ ଏଣିକି ନିଜ ଆଉଟଲୁକ୍ ଆକାଉଣ୍ଟରେ ସାଇନ୍-ଇନ୍ କରିପାରିବେ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବରୁକେବଳ କମର୍ସିଆଲ ୟୁଜର୍ସଙ୍କ ପାଇଁ ସାଇନ-ଇନ୍ ଅପ୍ସନ ଉପଲବ୍ଧ ଥିଲା । ମାତ୍ର ଏବେ ଏହି ଫିଚର ମାଇକ୍ରୋସଫ୍ଟ ଆକାଉଣ୍ଟ ପାଇଁ ଆରମ୍ଭ କରାଯିବ । ଏହି ପ୍ରୋସେସ ମାଧ୍ୟମରେ ୟୁଜର୍ସଙ୍କୁ କମ୍ପାନୀ ସୁରକ୍ଷା ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଛି । ୟୁଜର୍ସମାନେ ପାସୱାର୍ଡ ବଦଳରେ ମାଇକ୍ରୋସଫ୍ଟ ଅଥେଣ୍ଟିକେଟର ଆପ ୱିଣ୍ଡୋଜ୍ ହେଲୋର ବ୍ୟବହାର କରିପାରିବେ ।

୧- ଆପଣ ସ୍ମାର୍ଟଫୋନରେ https://aka.ms/Authaapp କୁ ଯାଇ କିମ୍ବା ମାଇକ୍ରୋସଫ୍ଟ ଅଥେଣ୍ଟିକେଟର ଆପକୁ ଡାଉନଲୋଡ କରିବେ ।

୨- ଏହାଫରେ ନିୟମାବଳୀ ଫଲୋ କରି ନିଜର ପରିଚୟ ପ୍ରଦାନ କରନ୍ତୁ । ନିଜର ମାଇକ୍ରୋସଫ୍ଟ ଆକାଉଣ୍ଟରେ ଏକ୍ଟ୍ରା ସିକ୍ୟୁରିଟି ଅପସନରେ ସାଇନ-ଇନ୍ କରନ୍ତୁ

୩- ପାସୱାର୍ଡ-ଫି ଆକାଉଣ୍ଟରେ ଟର୍ଣ୍ଣ ଅନ୍ ବାଛନ୍ତୁ । ଏହାପରେ ଆକାଉଣ୍ଟ ଭେରିଫାଏ କରିବା ପରେ ମାଇକ୍ରୋସଫ୍ଟ ଭାଲିଡେଟର ଆପରେ ପଠାଯାଇଥିବା ରିକୁଏଷ୍ଟକୁ ଗ୍ରହଣ କରନ୍ତୁ ।

Leave A Reply

Your email address will not be published.