NTPC ରେ ଖାଲିପଡିଛି ଇଂଜିନିୟରିଂ ଏକ୍ସକ୍ଯୁଟିଭି ଟ୍ରେନି ପଦବୀ, ଜଲଦି କରନ୍ତୁ ଆବେଦନ

0

ନ୍ଯାସନାଲ ଥର୍ମାଲ ପାୱର କର୍ପୋରେସନ ଲିମିଟେଡ୍ (NTPC) ଖାଲିପଡିଛି ଚାକିରି। ଆପଣ ଯଦି ଇଚ୍ଛୁକ ତେବେ ଜଲଦି କରନ୍ତୁ ଆବେଦନ। ଏନଟିପିସିରେ ଇଂଜିନିୟରିଂ ଏକ୍ସକ୍ଯୁଟିଭି ଟ୍ରେନି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି। ଏହି ପଦବୀରେ ଇଚ୍ଛୁକ ଥିବା ପ୍ରାର୍ଥୀ ଅଧିକାରକ ୱେବସାଇଟ ntpc.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏପର୍ଯ୍ଯନ୍ତ ଆବେଦନ କରିନାହାନ୍ତି, ତୁରନ୍ତ ଆବେଦନ କରଦିଅନ୍ତୁ। ଆବେଦନ କରିବାର ଶେଷ ତାରିଖ ଜୁନ ୬,୨୦୨୧ ଯାଏଁ ରହିବ।.

ପଦବୀ ବିବରଣୀ: ୨୮୦

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ଜୁନ ୬, ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା : ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ଯତା ଇଂଜିନିୟରିଂରେ ଡିଗ୍ରୀ କରିଥିବା ଆବଶ୍ଯକ।

ବୟସ ସୀମା: ସର୍ବାଧିକ ୨୭ ବର୍ଷ

ଆବେଦନ ଶୁଳ୍କ: ନୋଟିଫିକେସନ ମୁତାବକ, ପ୍ରାର୍ଥୀଙ୍କୁ କୌଣସି ରେଜିଷ୍ଟ୍ରେସନ ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା: ଖାଲିପଡିଥିବା ପଦବୀ ଆବେଦନ କରିବା ପାଇଁ ପ୍ରାର୍ଥୀ ଗେଟ ପରୀକ୍ଷା ପାସ୍ କରିବା ନିହାତି ଜରୁରୀ। ଏହାଛଡା ଗ୍ରୁପ ଡିସକ୍ସନ ଏବଂ ଇଣ୍ଟରଭ୍ଯୁ ଦ୍ବାରା ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଚୟନ କରାଯିବ।

Leave A Reply

Your email address will not be published.