ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 94କୁ ବୃଦ୍ଧି

0

ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଆଜି ରାଜ୍ୟରେ ପୁଣି 4 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l ରାଜ୍ୟରେ ଏହି 4 କରୋନା ଆକ୍ରାନ୍ତ ଙ୍କୁ ମିଶାଇ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 94 କୁ ବୃଦ୍ଧି ପାଇଛି l ସେହିପରି 33 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ 60 ଜଣ ସକ୍ରୀୟ ସଂକ୍ରମିତ ଅଛନ୍ତି l ଏହି 4 କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଏହି 4 ଜଣ ଙ୍କ ମଧ୍ୟରୁ 2 ଜଣ ତିହିଡ଼ି ବ୍ଲକ୍ ର ହୋଇଥିବା ବେଳେ ଆଉ 2 ଜଣ ଧାମନଗର ବ୍ଳକ ର ବୋଲି ଜଣା ପଡିଛି l ଏହି 4 ଜଣ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ 40, 29,41,24 ରହିଛି l ସମସ୍ତେ ପଶ୍ଚିମ ବଙ୍ଗରୁ ଫେରିଥିବା ଜଣାପଡିଛି l ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି l ଏହି ସମସ୍ତ 4 ଜଣ ଙ୍କୁ ମିଶାଇ ଭଦ୍ରକ ଜିଲ୍ଲା ରେ ସଂକ୍ରମିତଙ୍କ ସଂଖ୍ୟା 16 କୁ ବୃଦ୍ଧି ଘଟିଛି l

Leave A Reply

Your email address will not be published.