ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 39କୁ ବୃଦ୍ଧି l

0

ରାଜ୍ୟରେ କରୋନା ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି l ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 39କୁ ବୃଦ୍ଧି ଘଟିଥିବା ବେଳେ ରାଜଧାନୀ ଭୁବନେଶ୍ଵରରେ ଏକାକୀ 32କୁ ବୃଦ୍ଧି ପାଇଛି l

ଗୋଟିଏ ଦିନରେ 18 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି l ଗତକାଲି ଦିପହରରେ ଦୁଇ ଜଣ ଏବଂ ସନ୍ଧ୍ୟାରେ 16 ଜଣ ଆକ୍ରାନ୍ତ ହୋଇଥିଲେ l ସନ୍ଧ୍ୟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 15 ଜଣ ବମିଖାଲ ଅଞ୍ଚଳର ସୂଚନା ମିଳିଛି l ଦୁଇ ଦିନ ତଳେ ଗୋଟିଏ ପରିବାରରୁ ତିନି ଭାଇ ଚିହ୍ନଟ ହେବା ପରେ ପ୍ରଶାସନ ସେହି ଦିନ ଠାରୁ ବମିଖାଲ ଅଞ୍ଚଳକୁ ସିଲ୍ କରିଦେଇଥିଲା l ସେମାନଙ୍କ ସଂସ୍ପର୍ଶରେ ଆଉ କେଉଁ ମାନେ ଆସିଛନ୍ତି ପ୍ରଶାସନ ତାହାର ଅନୁସନ୍ଧାନ ଜାରି ରଖିଛି l

ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି ଯେ ବମିଖାଲ ଅଞ୍ଚଳକୁ ସିଲ୍ କରିଦିଆଯାଇଛି l ସଂକ୍ରମିତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ପରୀକ୍ଷା କରାଯାଇ ପୃଥକବାସରେ ରଖାଯାଉଛି l ଲୋକମାନେ ଭୟଭୀତ ନହୋଇ ଘରେ ରହିବାକୁ ଅନୁରୋଧ କରାଯାଇଛି l ସେପଟେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ଦେଇଛନ୍ତି ଯେ କରୋନା ବିରୋଧରେ ଲଢ଼େଇକୁ ଲୋକମାନେ ସହଯୋଗ କରନ୍ତୁ l ଯେଉଁମାନେ ନିୟମ ଉଲଙ୍ଘନ କରିବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଏଥିସହ ଘରେ ରହିବାକୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.