ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6କୁ ବୃଦ୍ଧି l

0

ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟୁଇଟ ଜରିଆରେ ସୂଚିତ କରାଯାଇଛି l ଉକ୍ତ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 କୁ ବୃଦ୍ଧି ଘଟିଛି l ଉକ୍ତ ବ୍ୟକ୍ତି ଜଣକ କଟକର ବାସିନ୍ଦା ବୋଲି ଜଣାପଡିଛି l ସେ ନିକଟରେ ଦିଲ୍ଲୀ ଗସ୍ତରେ ଯାଇଥିଲେ l ସେ ଆଉ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ l

ଏହାପରେ କଟକରେ ଶୁକ୍ରବାର ରାତି 8 ଟାରୁ 48 ଘଣ୍ଟା ସଟଡାଉନ୍ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି l

Leave A Reply

Your email address will not be published.