ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 128କୁ ବୃଦ୍ଧି

0

ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 128 କୁ ବୃଦ୍ଧି ପାଇଛି l ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 31696 ଟି କରୋନା ନମୁନା ପରୀକ୍ଷା କରାଯାଇଛି ସେଥିମଧ୍ୟରୁ 128 ଟି ରିପୋର୍ଟ ପଜେଟିଭ୍ ଆସିଛି l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ର ସୂଚନା ମୁତାବକ ଯାଜପୁର ଜିଲ୍ଲାରୁ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଆକ୍ରାନ୍ତ ଙ୍କ ମଧ୍ୟରୁ ଜଣେ ପୁରୁଷ ଥିବା ବେଳେ ଆଉ ଦୁଇ ଜଣ ମହିଳା ଅଛନ୍ତି l ପୁରୁଷ ଜଣକ 65 ବର୍ଷ ବୟସ୍କ ହୋଇଥିବା ବେଳେ ମହିଳା ଦୁଇଜଣଙ୍କ ବୟସ 18 ଏବଂ 56 ବର୍ଷ l ପୁରୁଷ ଆକ୍ରାନ୍ତ ଜଣକ ଦାଶରଥପୁର ବ୍ଲକ୍ ଡାହାଣହତା ପଞ୍ଚାୟତ ଦେଓପଦlର ଗ୍ରାମର ହୋଇଥିବା ବେଳେ ମହିଳା ଆକ୍ରାନ୍ତ ଦୁଇଜଣ ଉକ୍ତ ବ୍ଳକର କଟିକଟା ପଞ୍ଚାୟତର ବାସିନ୍ଦା l ପୁରୁଷ ଆକ୍ରାନ୍ତ ଜଣକ କିଛିଦିନ ପୂର୍ବରୁ କଲିକତାରୁ ଫେରି କ୍ୱାରେଣ୍ଟାଇନରେ ରହିଥିଲେ l କିନ୍ତୁ ତାଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନଥିଲା l ସେପଟେ ଚିହ୍ନଟ ହୋଇଥିବା ଦୁଇ ମହିଳା ଆକ୍ରାନ୍ତ ପୂର୍ବ ରୁ ଚିହ୍ନଟ ହୋଇଥିବା ସେଠାକାର ପରିବାର ଙ୍କ ସଦସ୍ଯ l ଉକ୍ତ ତିନି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 128 କୁ ବୃଦ୍ଧି ପାଇଥିବା ବେଳେ 39 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣ ଙ୍କ ମୃତ୍ୟୁ ଘଟିଛି l ଆଉ ଅବଶିଷ୍ଟ 88 ଜଣ ସକ୍ରୀୟ କରୋନା ସଂକ୍ରମିତ ଅଛନ୍ତି l

Leave A Reply

Your email address will not be published.