ଓଡ଼ିଶାରେ ଦେଢ କୋଟି ଟପିଲା କରୋନା ଟେଷ୍ଟିଂ, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

0

କୋଭିଡ୍‌ ଟେଷ୍ଟିଂରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ରବିବାର ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧.୫ କୋଟିରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି । ଏହି ଉପଲବ୍ଧି ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଦର୍ଶାଇଛନ୍ତି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଧିକ ଟେଷ୍ଟିଂ ଓଡ଼ିଶାକୁ କୋଭିଡ୍‌ ବିରୋଧୀ ଯୁଦ୍ଧରେ ଶକ୍ତିଶାଳୀ କରିଛି ।

ପ୍ରକାଶଯୋଗ୍ୟ, ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗାତାର ପ୍ରୟାସ କରାଯାଇ ଏଦିଗରେ ପଦକ୍ଷେପ ନିଆଯାଉଛି ।

Leave A Reply

Your email address will not be published.