ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା

0

ଯୁକ୍ତ ତିନି ଏବଂ ପିଜି ପରିକ୍ଷା ନିମନ୍ତେ ବିଶ୍ୱବିଦ୍ୟାଳୟ ର କୁଳପତି ମାନଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଲୋଚନା କରିଛନ୍ତି l ଲୋକସେବା ଭବନରେ ସରକାରୀ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କ ସହ ଆଲୋଚନା ହୋଇଥିଲା l ବୁଧବାର ଦିନ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ l 11 ଟି ବିଶ୍ୱ ବିଦ୍ୟାଳୟ ର କୁଳପତି ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ l ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଜୁଲାଇ 24 ରେ ଏବଂ ପିଜି ଶେଷ ସେମିଷ୍ଟାର୍ ପରୀକ୍ଷା ଅଗଷ୍ଟ 20 ରେ ହେବାନେଇ ସୂଚନା ଦେଇଛନ୍ତି l ଏଥିସହିତ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବର ରୁ ଅକ୍ଟୋବର ମଧ୍ୟରେ ହେବ l ଏନେଇ ଆସନ୍ତା କାଲି ଠାରୁ 30%କର୍ମଚାରୀ ମାନଙ୍କୁ ନେଇ କାର୍ଯ୍ୟ ଆରମ୍ଭ ହେବ l ପ୍ରତି 15 ଦିନ ମଧ୍ୟରେ କୁଳପତି ମାନଙ୍କ ସହ ଆଲୋଚନା ହେବା ନେଇ ନିଷ୍ପତ୍ତି ନିଆଯାଇଛି l

Leave A Reply

Your email address will not be published.