ଓଡିଶା ଚିକିତ୍ସା ବିଜ୍ଞାନ ରେ ସଫଳତା ର ଅନ୍ୟ ଏକ ଫର୍ଦ

0

୨୭/୦୨/୨୦୨୦: (ଓଡ଼ିଆନ୍ୟୁଜ ବ୍ୟୁରୋ): ରାଜ୍ୟରେ ଦ୍ଵିତୀୟଥର ପାଇଁ ଆପୋଲୋ ହସ୍ପିଟାଲରେ ଅନ୍ୟ ଏକ କଡାଭେରିକ ପ୍ରତିରୋପଣ ସଫଳ ହୋଇଛି l ବ୍ରେନ ଡେଡ୍ ଥିବା ସୁଚିତ୍ରା ଦଶ ନାମ୍ନୀ ଜଣେ ମହିଳାଙ୍କର ଦୁଇଟି କିଡନି କଢ଼ାଯାଇ ଆପୋଲୋ ଏବଂ ଆମ୍ରି ହସ୍ପିଟାଲରେ ଥିବା ଦୁଇଜଣ ରୋଗୀଙ୍କ ଶରୀରରେ ଲଗାଯାଇଛି l ତେବେ ସୁଚିତ୍ରାଙ୍କ ହୃତ୍ ପିଣ୍ଡ ଓ ଯକୃତକୁ ରାଜ୍ୟ ବାହାରର ଦୁଇଟି ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଶରୀରରେ ଲଗାଯିବାର ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିବ ନାହିଁ lତେବେ ଆପୋଲୋରେ ହୋଇଥିବା ଏହି କଡାଭେରିକ ପ୍ରତିରୋପଣ ସଫଳ ହୋଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି l

ଗତ 23 ତାରିଖରେ ମସ୍ତିଷ୍କlଘାତ କାରଣରୁ ସୁଚିତ୍ରାଙ୍କୁ ଆପୋଲୋ ହସ୍ପିଟାଲ୍ ରେ ଭର୍ତି କରାଯାଇ ଡା. ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ଅଧୀନରେ ଚିକିତ୍ସିତ ହେଉଥିଲେ l ଆଜି ତାଙ୍କର ବ୍ରେନ୍ ଡେଡ୍ ହେବାପରେ ତାଙ୍କ ପରିବାର ଲୋକଙ୍କୁ ଶୂଚିତ କରାଯାଇଥିଲା l ତାଙ୍କ ସ୍ୱାମୀ ଗୋପାଳ ଦଶଙ୍କୁ କାଉନ୍ସେଲିଂ କରାଯିବପରେ ସେ ସୁଚିତ୍ରାଙ୍କ ଅଙ୍ଗଦାନ ପାଇଁ ରଜିହୋଇଥିଲେ l ସନ୍ଧ୍ୟା 7ଟା ସମୟରେ ଆପ୍ ନିଆ ପରୀକ୍ଷl ପରେ ଆପୋଲୋ ହସ୍ପିଟାଲ ର ବରିଷ୍ଠ ଡାକ୍ତରୀଦଳ କିଡ୍୍ନି କାଢ଼ିବ ପକ୍ରିୟା ଆରମ୍ଭ କରିଥିଲେ l ଦୀର୍ଘ 3 ଘଣ୍ଟା ର ଅସ୍ତ୍ରୋପଚାର ପରେ ଦୁଇଟି କିଡ୍ନୀ କଢ଼ାଯାଇଥିଲା l ସୋଟୋର ନୋଡାଲ ଅଧିକାରୀ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କରଙ୍କ ତତ୍ୱାବଧାନରେ ଏହି କଡାଭେରିକ ପ୍ରତିରୋପଣ ସଫଳ ହୋଇଥିଲା l

ଦୁଇଟି କିଡ୍ନୀ ମଧ୍ୟ ରୁ ଗୋଟିଏକୁ ଆପୋଲୋ ପଠାଯାଇଥିବାବେଳେ ଅନ୍ୟଟିକୁ ଆମ୍ରି ହସ୍ପିଟାଲକୁ ପଠାଯାଇଥିଲା l ସୁଚିତ୍ରାଙ୍କ ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବାରୁ ହୃତ୍ପିଣ୍ଡ ଏବଂ ଯକୃତକୁ କୋଲକତାସ୍ଥିତ ମେଦାନ୍ତ ହସ୍ପିଟାଲ ଓ ଆରଟିଆଇ କାର୍ଡିଆକ ସାଇନ୍ସକୁ ପଠାଯିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ଶେଷ ସମୟରେ ଏପରି ନକରିବାକୁ ଡାକ୍ତରିଦଳ ନିଷ୍ପତି ନେଇଥିଲେ l

Leave A Reply

Your email address will not be published.