କଂଗ୍ରେସ କର୍ମୀ ଏହିପରି ଭାବରେ ଶାହାଙ୍କୁ କଲେ ବିରୋଧ

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଥିବାବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପଦର୍ଶନ କରାଯାଇଛି l ଭୁବନେଶ୍ୱର ଜିଲ୍ଲା କଂଗ୍ରେସସ କମିଟି ତରଫରୁ ଶୁକ୍ରବାର କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କର ନେତୃତ୍ୱରେ ଏକ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା l ଏହି ଅବସରରେ ରଶ୍ମି ମହାପାତ୍ର କହିଛନ୍ତି ଯେ ଗୁଜୁରାଟ ଦଂଗାକାରୀ ଆଜି ଦେଶରେ ସମାନ ପରିସ୍ଥିତି ସୃଷ୍ଟି କରିଛନ୍ତି l ଗୁଜୁରାଟ ମଡେଲରେ ଭାରତବର୍ଷର ବିକାସର ନlର ଦେଇଥିବା ପ୍ରଧାନମନ୍ତ୍ରୀ ଆଜି ଦେଶରେ ଗୁଜୁରାଟ ମଡେଲ ଦଙ୍ଗା କରୁଛନ୍ତି l ଶlହlଙ୍କ ଇସ୍ତଫା ଦାବିରେ କମିଟି ର ସଦସ୍ୟମାନେ ଶାହା ଙ୍କ କୁଶପୁତ୍ତଳିକା ଦାହ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ ଯ େଞ୍ଜଶ୍ୱର ବାବୁ ,ଜ୍ଞାନଦେବ ବେଉରା ,ପ୍ରକାଶ ମିଶ୍ର , ଗୁରୁପଦ ନନ୍ଦଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.