ପାରାଦୀପରେ କରୋନା ପାଇଁ 15ରୁ ଅଧିକ ଶିଳ୍ପସଂସ୍ଥାରେ ପଡିଛି ତାଲା

0

ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱର ମାନଚିତ୍ରକୁ ବଦଳାଇ ଦେବାରେ ଲାଗିଛି l ଏହି ମହାମାରୀ କରୋନା ଭାଇରସ୍ ପାଇଁ ସାରା ଦେଶରେ 21 ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ l ପରେ ତାହା ରାଜ୍ୟରେ ଏପ୍ରିଲ 30 ପର୍ଯ୍ୟନ୍ତ ବଢିଛି l ଫଳରେ ଦେଶରେ ଅର୍ଥନୈତିକ ପରିବର୍ତନ ଆସିବା ନେଇ ଅନୁମାନ କରାଯାଉଛି l ଏଥିପାଇଁ ଦେଶର ଶିଳ୍ପ ସଂସ୍ଥା ଗୁଡିକ ବନ୍ଦ ହୋଇ ପଡିରହିଛି l

ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା କୁହାଯାଉଥିବା ବନ୍ଦର ନଗରୀ ପାରାଦୀପ୍ ରେ ମଧ୍ୟ କରୋନା ର ପ୍ରଭାବ ଦେଖିବାକୁ ମିଳିଛି l ଏଥିପାଇଁ ପ୍ରାୟ ପାରାଦୀପ୍ ରେ 15 ଟି ଶିଳ୍ପ ସଂସ୍ଥା ରେ ତାଲା ଝୁଲିବା ପରି ପରିସ୍ଥିତି ସୃଷ୍ଟି ହୋଇଛି l ସବୁ ଚିମିନିର ଧୂଆଁ ବନ୍ଦ ଥିବାବେଳେ ବନ୍ଦର କାରବାର ହ୍ରାସ ହେବା ସହିତ ଅର୍ଥନୈତିକ ପ୍ରଗତିକୁ ପ୍ରତିହତ କରିଛି l ଲକ୍ ଡାଉନ୍ ଯୋଗୁ ବର୍ତ୍ତମାନ୍ ପାରାଦୀପ୍ ବନ୍ଦର, ଆଇଓସିଏଲ୍, ପିପିଏଲ୍, ଏବଂ ଇଫକୋ ଭଳି କାରଖାନା ଗୁଡିକ ର ଆଂଶିକ ସେବା ଚାଲୁରହିଛି l ଯଦିଓ କରୋନା ଭୟରେ ଶ୍ରମିକ, ଠିକାଦାର, କର୍ମଚାରୀ, ଯନ୍ତ୍ରୀ ଓ ବ୍ୟବସାୟ ମାନେ ଘରେ ନିରାପଦରେ ଅଛନ୍ତି କିନ୍ତୁସେମାନଙ୍କ ଆର୍ଥିକ ସ୍ଥିତି ସୋଚନୀୟ ହୋଇପଡିଲାଣି l

Leave A Reply

Your email address will not be published.