ସାଇକେଲ ମନା, ରାଲି ମନା: ଏମିତି ହେବ ପିପିଲି ନିର୍ବାଚନର ପ୍ରଚାର

0

ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ହେବ ବୋଲି ବାଜିଛି ବିଗୁଲ୍ । ପିପିଲି ପାଇଁ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣବିଧି । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ଅନୁମତି ଦିଆଯାଇଛି । ଏଥିରେ ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରୋଡ ଶୋ’, ବାଇକ୍ ଓ ସାଇକେଲ ରାଲି ମନା ହୋଇଛି ।

ଡୋର ଟୁ ଡୋର କ୍ୟାମ୍ପେନ ବେଳେ ପ୍ରାର୍ଥୀଙ୍କ ସହ ୫ ଜଣଙ୍କୁ ଅନୁମତି ଦିଆଯାଇଛି । ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମାତ୍ର ୯ ଦିନ ପାଇଁ କ୍ୟାମ୍ପେନିଂ ହେବ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଛି ।

ପିପିଲି ଉପନିର୍ବାଚନର ରଣାଙ୍ଗନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ । ଆଉ ନୂଆ ପ୍ରାର୍ଥୀପତ୍ର ଦାଖଲ କରାଯିବ ନାହିଁ । ୧୦ ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି । ୧୦ ପ୍ରାର୍ଥୀଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି । କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି । ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନ ଦାଖଲ କରିଥିବା ବେଳେ କଂଗ୍ରେସରୁ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର ଓ ବିଜେପିରୁ ଆଶ୍ରିତ ପଟ୍ଟନାୟକ ନାମାଙ୍ଗନ ଭରିଛନ୍ତି । ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀ ଅଛନ୍ତି ।

ତେବେ ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ । କରୋନା ପାଇଁ ଦୁଇ ଦୁଇ ଥର ଉପନିର୍ବାଚନ ସ୍ଥଗିତ ରହିଥିଲା । ଉପ-ନିର୍ବାଚନ ପାଇଁ ସେପ୍ଟେମ୍ବର ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେପ୍ଟେମ୍ବର ୧୩ ତାରିଖରେ ନାମାଙ୍କନ ଦାଖଲ କରିବାର ପ୍ରକ୍ରିୟା ରହିଛି । ୧୬ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର, ଚୂଡାନ୍ତ ପ୍ରାର୍ଥୀ ତାଲିକା ପେରେ ଅକ୍ଟୋବର ୩ ତାରିଖରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.