ଆସନ୍ତା ୧୨ରୁ +୨ ଆଡମିଶନ, ଫି’ ବୃଦ୍ଧିକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

0

କରୋନା କାଳ ମଧ୍ୟରେ ଆସନ୍ତା ୧୨ ତାରିଖଠାରୁ ଆରମ୍ଭ ହେବ +୨ ଆଡମିଶନ ପ୍ରକ୍ରିୟା । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ‘୧୨ରୁ ଖୋଲିବ ସାମ୍ସ ପୋଟାର୍ଲ , ଯେଉଁଥିରେ ଆରମ୍ଭ ହେବ ଆଡମିଶନ ପ୍ରକ୍ରିୟା । ଏଥର କୌଣସି ଆଡମିଶନ ଫି’ ବୃଦ୍ଧି ହେବ ନାହିଁ । ସେଲଫ ଫାଇନାନ୍ସ ବା ସରକାରୀ କୋର୍ସରେ ଫି’ ବୃଦ୍ଧି ହେବନି ।’

ଏହା ବ୍ୟତୀତ +୨ରେ ସିଟ୍ ବୃଦ୍ଧି ସମ୍ପର୍କରେ ସୂଚନା  ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ‘+୨ରେ ସିଟ୍ ସଂଖ୍ୟା ୫୪ ହଜାର୯୦୦ ବଢ଼ିଛି । ୭୨ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ଆସିଥିଲା । ବିଜ୍ଞାନରେ ୨୫ ହଜାର ଆବେଦନ କରିଥିବା ବେଳେ ୧୩ ହଜାର ସିଟକୁ ଅନୁମତି ମିଳିଛି । ସେହିପରି କଳାରେ ୪୦ ହଜାର ପାଇଁ ଆବେଦନ ହୋଇଥିବା ବେଳେ ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ମିଳିଛି । ଏହା ସହ ବାଣିଜ୍ୟରେ ୪ ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଥିବା ବେଳେ ୩୯୦୦କୁ ଅନୁମତି ମିଳିଛି ।

Leave A Reply

Your email address will not be published.