ପାକିସ୍ତାନର ବାୟୁକ୍ଷେତ୍ର ଦେଇ ଯାତ୍ରା କରିବ ମୋଦୀଙ୍କ ବିମାନ

0

ଆମେରିକା ଅଭିମୁଖେ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ପାକିସ୍ତାନର  ବାୟୁ କ୍ଷେତ୍ର ଦେଇ ଗତି କରିବ। ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାତ୍ରା କରିଛନ୍ତି। ସେଠାରେ ମିଳିତ ଜାତିସଂଘର ମହାସଭା ଓ କ୍ଵାଡ ସମ୍ମିଳନୀରେ ସାମିଲ୍ ହେବେ। ରାଷ୍ଟ୍ରପତି ଜୋ  ବାଇଡେନଙ୍କ ସହ ମଧ୍ୟ ଦ୍ଵିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ୍ ଡୋଭାଲ,  ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା ଏବଂ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଏକ ପ୍ରତିନିଧି ଦଳ ଆମେରିକା ଯାତ୍ରା କରିଛନ୍ତି। କୁହାଯାଉଛି ଆଫଗାନିସ୍ତାନରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ବିମାନ ପାକିସ୍ତାନ  ବାୟୁକ୍ଷେତ୍ର ଦେଇ ଗତି କରିବ।

ସରକାରୀ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପାଇଁ ବିମାନ ଯାତ୍ରା ହେତୁ ପାକିସ୍ତାନୀ  ବାୟୁକ୍ଷେତ୍ରର ବ୍ୟବହାର ପାଇଁ ପାକିସ୍ତାନର ମଞ୍ଜୁରୀ ମାଗିଥିଲା। ଇସଲାମାବାଦ ଏ ନେଇ ମଞ୍ଜୁରୀ ମଧ୍ୟ ପ୍ରଦାନ କରିଥିଲା। ପାକିସ୍ତାନ ନିଜର ବାୟୁ କ୍ଷେତ୍ର ବ୍ୟବହାର ପାଇଁ ଭାରତକୁ ଅନୁମତି ଦେଇଛି। ଏହା ପୂର୍ବରୁ ପାକିସ୍ତାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଯାତ୍ରା ପାଇଁ ତିନି ଥର ନିଜ ବାୟୁ କ୍ଷେତ୍ରର  ବ୍ୟବହାର କରିବାକୁ ଅନୁମତି ଦେଇନଥିଲା। ଏହି ଘଟଣା ୨୦୧୯ ଅଗଷ୍ଟରେ ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦  ହଟିବା ପରେ ଘଟିଥିଲା।

ଇସଲାମାବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଓ ଜର୍ମାନୀ ଗସ୍ତ, ରାଷ୍ଟ୍ରପତି କୋବିନ୍ଦଙ୍କ ଆଇସଲାଣ୍ଡ ଗସ୍ତ ସମୟରେ ମଧ୍ୟ ଅନୁମତି ଦେଇନଥିଲା। ୨୦୧୯ରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ନିଜ ପ୍ରେସ ବିବୃତିରେ କହିଥିଲେ ଯେ, ଜାମ୍ମୁ-କାଶ୍ମୀରରେ  ଭାରତର ବର୍ବରତା ଓ ଅତ୍ୟାଚାର କାରଣରୁ ଆମେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନକୁ ପାକିସ୍ତାନର ବାୟୁକ୍ଷେତ୍ର ବ୍ୟବହାର କରିବାକୁ ମନା କରି ଦେଇଥିଲୁ।

Leave A Reply

Your email address will not be published.