ଚାଲିଗଲେ ବିଜୁଙ୍କ ସାଥି

0

୦୯.୦୩. ୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଆଜି ସକାଳେ ଅଭିବ୍ୟକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲାର ଭିମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ବିଜୁ ବାବୁଙ୍କର ଅତି ଘନିଷ୍ଠ ଥିଲେ l ତାଙ୍କ ବିୟୋଗରେ ଅବିଭକ୍ତ ଫୁଲବାଣୀ ଜିଲ୍ଲରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.