କେବେ ମିଳିବ ପ୍ରତ୍ୟୁଷା ବାନାର୍ଜୀ ଙ୍କୁ ନ୍ୟାୟ ? ସବୁକିଛି ହରାଇଲେ ବାନାର୍ଜୀଙ୍କ ପିତାମାତା

0

‘ବାଲିକା ବଧୂ’ ର ଆନନ୍ଦୀ ଭୂମିକାରେ ଅଭିନୟ କରିଥିବା ପ୍ରତ୍ୟୁଷା ବାନାର୍ଜୀଙ୍କ ଏପ୍ରିଲ 1, 2016 ରେ ଦେହାନ୍ତ ହୋଇଥିଲା। ତାଙ୍କ ମୃତଦେହ ତାଙ୍କ ମୁମ୍ବାଇ ଫ୍ଲାଟରେ ଫ୍ୟାନ ନେ ଝୁଲି ଥିବାର ମିଳିଥିଲା । ପ୍ରତ୍ୟୁଷା ତାଙ୍କ ବାଲିକା ବଧୂ’ ର ଆନନ୍ଦୀ ଅଭିନୟ ପାଇଁ ବେଶ ଖୁବ ନାମ ଅର୍ଜନ କରିଥିଲେ | ପ୍ରତ୍ୟୁଷା ଙ୍କ ପିତାମାତା ଦାବି କରିଥିଲେ ଯେ ତାଙ୍କୁ ତାଙ୍କ ପ୍ରେମିକ ରାହୁଲ ରାଜ ସିଂ ହତ୍ୟା କରିଛନ୍ତି। ମାତ୍ର ବିଧାତା ର ଏ ପରି ଦୁଖଦଃ ପରିଣାମ, ଆଜି ପର୍ଯ୍ୟନ୍ତ ବି ପ୍ରତ୍ୟୁଷାଙ୍କ ପିତାମାତା ନ୍ୟାୟ ପାଇଁ ଲଢ଼ୁଛନ୍ତି | ପ୍ରତ୍ୟୁଷାଙ୍କ ପିତାମାତା ତାଙ୍କର ମୃତ୍ୟୁ ମାମଲାରେ ଲଢେଇକରି ସବୁକିଛି ହରାଇ ସାରିଲେଣି | ତାଙ୍କ ପାଖରେ ଟଙ୍କା ର ଘୋର ଅଭାବ |ଏବେ ଗୋଟିଏ ବଖରା ଘରେ ରହୁଛନ୍ତି |

ରାହୁଲ ପ୍ରତ୍ୟୁଷା ଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ପ୍ରତ୍ୟୁଷା ଙ୍କ ଘନିଷ୍ଠ ବନ୍ଧୁ କାମିଆ ପଞ୍ଜାବୀ ଏବଂ ବିକାଶ ଗୁପ୍ତା କହିଥିଲେ | ଆଜ ତକ (Aaj Tak) ର ଏକ ସାକ୍ଷାତକାରରେ ପ୍ରତ୍ୟୁଶାଙ୍କ ପିତା ଶଙ୍କର ବାନାର୍ଜୀ କହିଛନ୍ତି ଯେ,ଏହି ଦୁର୍ଘଟଣା ପରେ ଲାଗୁଛି ଯେମିତି କିଛି ଭୟଙ୍କର ଝଟ ଆସି ଆମଠାରୁ ସବୁକିଛି ଛଡ଼ାଇ ନେଇଛି। ଆମ ପାଖରେ ଗୋଟିଏ ପଇସା ମଧ୍ୟ ନାହିଁ। ଆମେ ସବୁକିଛି ହାରିଗଲୁ। “ଆମେ ବର୍ତ୍ତମାନ ଗୋଟିଏ କୋଠରୀରେ ରହିବାକୁ ବାଧ୍ୟ ହେଉଛୁ | ଏହି ମାମଲା ଆମଠାରୁ ସବୁକିଛି ଛଡ଼ାଇ ନେଇଛି | ଅନେକ ଥର ଏପରି ପରିସ୍ଥିତି ଆସିଛି ଯେଉଁଠାରେ ଆମେ ୠଣ ନେବାକୁ ବାଧ୍ୟ ହୋଇଛୁ ।

ପ୍ରତ୍ୟୁଷାଙ୍କ ପିତାମାତା ତାଙ୍କ ପ୍ରେମିକ ରାହୁଲ ରାଜ ସିଂ ତାଙ୍କୁ ହତ୍ୟା କରିଥିବା ଅଭିଯୋଗକରିବା ପରେ, ରାହୁଲ ପ୍ରତ୍ୟୁଷା ଙ୍କ ପିତାମାତାଙ୍କ ଉପରେ ଓଲଟା ଦୋଷ ଦେଇ ଏକ ଆବେଦନ କରିଥିଲେ | ସେ କହିଛନ୍ତି, “ପ୍ରତ୍ୟୁଷାଙ୍କ ପିତାମାତା ତାଙ୍କ ନାମରେ ଭାରି ୠଣ ନେଇଥିଲେ ଏବଂ ପ୍ରତ୍ୟୁଷା ୠଣ ଟଙ୍କା ଭରପାଇ କରିବାକୁ ଅସମର୍ଥ ହେବାରୁ ଆତ୍ମହତ୍ୟା କରିଥିଲେ”। ପ୍ରତ୍ୟୁଷା ଙ୍କ କେସ ଟି ଏହିପରି ଦିନ ପରେ ଦିନ ବଢି ଚାଲିଛି ,ମାତ୍ର ପ୍ରତ୍ୟୁଷା ବାନାର୍ଜୀ ଙ୍କୁ ଏ ପର୍ଯନ୍ତ ନ୍ୟାୟ ମିଳିଲା ନାହିଁ | ତାଙ୍କର ମୃତ୍ୟୁ ଏକ ରହସ୍ୟମୟ ହୋଇ ରହିଗଲା |

Leave A Reply

Your email address will not be published.