ଜନସାଧାରଣଙ୍କୁ ଗଜପତିଙ୍କ ନିବେଦନ

0

କରୋନା ଭାଇରସର ଭୟାବହକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଲକ୍ ଡାଉନ୍ ଅବଧିକୁ ଏପ୍ରିଲ୍ 30 ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି l କେନ୍ଦ୍ର ସରକାର କରୋନା ମୁକାବିଲା କରିବା ପାଇଁ ଲକ୍ ଡାଉନ୍ କୁ 21 ଦିନିଆ ଘୋଷଣ କରିଥିଲେ l ଫଳରେ ଚଳିତ ମାସ 14 ରେ ଏହି ଅବଧି ଶେଷ ହୋଇଥାନ୍ତା l କିନ୍ତୁ ରାଜ୍ଯ ସରକାର ଏହି ଅବଧିକୁ ଏପ୍ରିଲ 30 ପଯ୍ୟନ୍ତ ବଢାଇ ଦେଇଛନ୍ତି l କିନ୍ତୁ ସମୟେ ସମୟରେ ଦେଖିବାକୁ ମିଳିଥାଏ ଯେ ରାଜ୍ଯ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର ଲକ୍ ଡାଉନ୍ ସମୟରେ ଯେଉଁସବୁ ନିୟମ ଲାଗୁ କରିଛନ୍ତି l ଲୋକମାନେ ସେହି ନିୟମ ଗୁଡିକୁ କେତେକ ସ୍ଥାନରେ ହାଲକାରେ ନେଇଛନ୍ତି l ଯେଉଁଥିପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି ତ କେଉଁଠି ଜୋରିମାନା ଆଦାୟ କରାଯାଇଛି l ଏହାରି ଭିତରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ 48 ରେ ପହଁଞ୍ଚିଛି l

ବଲିଉଡ ଅଭିନେତା / ଅଭିନେତ୍ରୀ ଙ୍କ ଠାରୁ ଆରମ୍ଭ କରି ଓଲିଉଡ୍ ଅଭିନେତ୍ରୀ / ଅଭିନେତା ଏପରିକି କିଛି ରାଜନେତା ଏବଂ ପ୍ରଭାବଶାଳୀ ବ୍ୟକ୍ତି ମାନେ ମଧ୍ୟ ଭିଡିଓ ବାର୍ତ୍ତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇଛନ୍ତି l ସେହିପରି ପୁରି ଗଜପତି ମହାରାଜା ମଧ୍ୟ ଲକ୍ ଡାଉନ୍ ସମୟରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି l କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସ୍ଵରୁପ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଲକ୍ ଡାଉନ୍ ନିୟମକୁ ସମସ୍ତେ ପାଳନ କରି କରୋନା ବିରୋଧି ଲଢେଇ ରେ ସହଯୋଗ କରିବାକୁ ମହାରାଜା ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l

Leave A Reply

Your email address will not be published.