ସରକାରଙ୍କ ଅନୁମତି ପରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

0

୦୮.୦୫.୨୦୨୦ ( ଓଡ଼ିଆ ନ୍ୟୁଜ ବ୍ୟୁରୋ) :ସବୁ ପ୍ରତିକ୍ଷାର ଅନ୍ତ ଘଟିଛି ଶେଷ ରେ ମହାପ୍ରଭୁ ଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ମହାରଣା ସେବକ l ରଥ ଯାତ୍ରା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ କେନ୍ଦ୍ର ସରକାର ଙ୍କୁ ପାଇଁ ଚିଠି ଲେଖାଯାଇଥିଲା l ଏହି ଚିଠି କେନ୍ଦ୍ର ସରକାର ଙ୍କ ଅନୁମତି ନିମନ୍ତେ ଲେଖାଯାଇଥିଲା l ଯାହାର ଉତ୍ତର ଗତକାଲି ମିଳିଥିଲା l ଉତ୍ତରରେ କେନ୍ଦ୍ର ସରକାର ଦର୍ଶାଇ ଥିଲେ ଯେ ରଥ ଯାତ୍ରା ରେ ସାମାଜିକ ଦୂରତା ଏବଂ କରୋନା କଟକଣା ଗୁଡିକୁ ମାନି ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ଏହି ଉତ୍ତର ପାଇବାପରେ ପ୍ରଶାସନ ଚଳଚଞ୍ଚଳ ହୋଇପଡିଛନ୍ତି l ଗତକାଲି ରାତି ରେ ପୁରୀ ଜିଲ୍ଲାପାଳ ଏବଂ ତିନି ରଥ ର ମୁଖ୍ୟ ମହାରଣା ଓ ପରିଚାଳନା କମିଟି ର ଦୁଇ ଜଣଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ରଥ ନିର୍ମାଣ କାର୍ଯ୍ୟ ସକାଳ 8 ରୁ ଆରମ୍ଭ ହୋଇ ରାତି 10 ପର୍ଯ୍ୟନ୍ତ ଚାଲିବା ନେଇ ବୈଠକ ରେ ନିଷ୍ପତ୍ତି ହୋଇଥିଲା l ସରକାରଙ୍କ ନିଷ୍ପତି କ୍ରମେ ମହାରଣା ସେବକମାନେ ରଥ କାର୍ଯ୍ୟରେ ଲାଗିପଡ଼ିଛନ୍ତି l ଆଜି ସକାଳ 8 ଟା ରୁ ସାମାଜିକ ଦୂରତା ବଜାୟ ରଖିବା ସହ କରୋନା କଟକଣା କୁ ମାନି ରଥ କାର୍ଯ୍ୟ ଆରମ୍ଭ ହୋଇଛି l

Leave A Reply

Your email address will not be published.