କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

0

ପୂର୍ବତନ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀ କରୋନା ସମୟରେ ଭାରତରେ ବଢ଼ିଥିବା ଦାରିଦ୍ର୍ୟତାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଯେ ଦେଶର ପୁନଃନିର୍ମାଣ ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନିଜର ଭୁଲ ସ୍ୱୀକାର କରିବେ । ଏହା ସହ ସେ ବିଶେଷଜ୍ଞ ସହାୟତା ନେବେ । ନହେଲେ ଦେଶର ଅବସ୍ଥା ଆହୁରି ଖରାପରୁ ଖରାପ ହେବା ନିଶ୍ଚିତ ବୋଲି ରାହୁଲ କହିଛନ୍ତି ।

ରାହୁଲ ତାଙ୍କୁ ଟ୍ୱିଟଟରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହା ଭାରତ ସରକାରଙ୍କ ମହାମାରୀ ପରିଚାଳନାର ଫଳାଫଳ । ବର୍ତ୍ତମାନ ଆମ ଭବିଷ୍ୟତ ଉପରକୁ ଦୃଷ୍ଟି ଦେବାକୁ ପଡ଼ିବ । ଏହା ସେ ଆଉ କହିଛନ୍ତି ଯେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ପ୍ରଧାନମନ୍ତ୍ରୀ ନିଜର ଭୁଲ ନିଜେ ସ୍ୱୀକାର କରିବେ ଓ ପରିସ୍ଥିତି ସୁଧାର ପାଇଁ ବିଶେଷଜ୍ଞଙ୍କ ସାହାଯ୍ୟ ଲୋଡ଼ିବେ । ସେତେବେଳେ ଆମ ଦେଶର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅସ୍ୱୀକାର ଅବସ୍ଥାରେ ରହିଲେ କିଛି ସମାଧାନ ହେବ ନାହିଁ ବୋଲି ରାହୁଲ ଏହା ଉଲ୍ଲେଖ କରି ସତର୍କ କରାଇଛନ୍ତି ।

ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ ସେଆର କରିଛନ୍ତି । ଯେଉଁଥିରେ କରୋନା ଯୋଗୁଁ ସାରା ବିଶ୍ୱରେ ଦାରିଦ୍ର୍ୟ ବୃଦ୍ଧି ପାଇଛି । ହେଲେ ଏଥିରେ ଭାରତର ଯୋଗୋଦାନକୁ ଉଲ୍ଲେଖନୀୟ କୁହାଯାଇଛି ।

Leave A Reply

Your email address will not be published.