ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗିରଫ ହେଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା

0

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ସହ ଜଡିତ ଏକ ମାମଲାରେ ରାଜ କୁନ୍ଦ୍ରାଙ୍କୁ ‘ମୁଖ୍ୟ ଷଡଯନ୍ତ୍ରକାରୀ’ ଭାବରେ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି | ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ବିଭିନ୍ନ ଆପ୍ ମାଧମରେ ସେ ଅଶ୍ଳୀଳ ଚଳଚ୍ଚିତ୍ର ଗୁଡିକ କାରବାର କରି ଟଙ୍କା ରୋଜଗାର କରୁଥିଲେ ବୋଲି ତଥ୍ୟ ମିଳିଛି | ସୋମବାର ରାତିରେ (ଜୁଲାଇ 19) ମୁମ୍ବାଇ ପୋଲିସର କ୍ରାଇମ ଶାଖା ତାଙ୍କୁ ଗିରଫ କରିଛି | ମୁମ୍ବାଇ ସିପି ଏକ ପ୍ରେସ ବିବୃତ୍ତିରେ କହିଛି, “ଫେବୃଆରୀ 2021 ରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ପ୍ରକାଶ ର ମାମଲା ରୁଜୁ ହୋଇଥିଲା। ଆମେ 19/7/21 ରେ ଶ୍ରୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛୁ। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁସାରେ ଏହି ବିଷୟରେ ସେମାନଙ୍କ ପାଖରେ ରାଜ କୁନ୍ଦ୍ରା ଙ୍କ ବିରୁଦ୍ଧ ରେ ଯଥେଷ୍ଟ ପ୍ରମାଣ ରହିଅଛି। ଏହି ମାମଲାରେ ରାଜ କୁନ୍ଦ୍ରା ହିଁ ‘ମୁଖ୍ୟ ଷଡଯନ୍ତ୍ରକାରୀ’ | ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଅନୁସାରେ ସେମାନଙ୍କୁ whats app ରୁ ଅନେକ ତଥ୍ୟ ମିଳିଛି |ଏହି ଘଟଣାରେ କେତେ ସତ୍ୟତା ରହିଛି , ଅନୁସନ୍ଧାନ ଚାଲିଛି।

କ୍ରାଇମ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ପ୍ରଦିପ ବକ୍ସି ରାଜ କୁନ୍ଦ୍ରାଙ୍କ ସମ୍ପର୍କୀୟ ଅଟନ୍ତି | ଯିଏ UK ରେ ରୁହନ୍ତି ଏବଂ UK ର ଏକ କମ୍ପାନୀ କେନ୍ରିନ୍ ପ୍ରଡକ୍ସନ୍ ହାଉସ୍ (Kenrin Production House) ପରିଚାଳନା କରନ୍ତି। ପ୍ରଦିପ ବକ୍ସି କମ୍ପାନୀର ଚେୟାରମ୍ୟାନ୍ ଏବଂ ରାଜ କୁନ୍ଦ୍ରା ବ୍ୟବସାୟିକ ସହଯୋଗୀ ଅଟନ୍ତି। କୁନ୍ଦ୍ରା ଏବଂ ବକ୍ସିଙ୍କ ମଧ୍ୟରେ whats app ମାଧ୍ୟମରେ ହୋଇ ଥିବା କଥାବାର୍ତ୍ତା ଲିକ୍ ହୋଇଥିବା ହେତୁ ସବୁକିଛି ଜନା ପଡିଛି | କି ଭଳି ଭାବରେ ଅଶ୍ଳୀଳ ଚଳଚ୍ଚିତ୍ର କାରବାର ଏବଂ ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି ଦ୍ୱାରା ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହେଉଥିଲା।

ରିପୋର୍ଟ ଅନୁଯାୟୀ, ରାଜ କୁନ୍ଦ୍ରା Kenrin Production House ର indirectly ବା ପରୋକ୍ଷ ଭାବରେ ମାଲିକ ଏବଂ ନିବେଶକ (investor) ଅଟନ୍ତି। ରାଜ କୁନ୍ଦ୍ରା ଙ୍କ ପୂର୍ବତନ PA ଉମେଶ କାମାଟ ଭାରତରେ ଅଶ୍ଳୀଳ ଚଳଚ୍ଚିତ୍ର ର (representative) ପ୍ରତିନିଧୀ ଭାବରେ କାର୍ଯ୍ୟ କରୁଥିଲେ | ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏଜେଣ୍ଟମାନଙ୍କ ମଧ୍ୟରେ ଚୁକ୍ତି କରି ଅର୍ଥ ପ୍ରଦାନରେ ସାହାଯ୍ୟ କରୁଥିଲେ | ମଡେଲ-ଅଭିନେତ୍ରୀ ଗେହନା ବୈଶିଷ୍ଟ ଏବଂ ଉମେଶ କାମତ Kenrin Production House ଦ୍ୱାରା ନିର୍ମିତ ଅଶ୍ଳୀଳ ଚଳଚ୍ଚିତ୍ର କରୁଥିଲେ । କମ୍ପାନୀ ବିଭିନ୍ନ ପ୍ରକାରର ପର୍ଣ୍ଣ ଚଳଚ୍ଚିତ୍ର (porn films) କରିବା ପାଇଁ ସେମାନଙ୍କୁ ଅଗ୍ରୀମ ଦେୟ ପ୍ରଦାନ କରୁଥିଲା | ଏହି ପର୍ଣ୍ଣ ଫିଲ୍ମଗୁଡିକ ସୋସିଆଲ ମିଡିଆ ଆପ୍ (Hotshot) ହଟଶଟରେ ଅପଲୋଡ୍ କରାଯାଉଥିଲା | ଅନୁସନ୍ଧାନ ବେଳେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ କେନ୍ରିନ୍ ପ୍ରଡକ୍ସନ୍ ହାଉସ୍ ଏହି ଅଶ୍ଳୀଳ ଚଳଚ୍ଚିତ୍ର ର ବ୍ୟବସାୟ ବିଭିନ୍ନ ଦେଶରେ କରି ଏଜେଣ୍ଟଙ୍କ ମାଧ୍ୟମରେ ଅଶ୍ଳୀଳତା ପାଇଁ ଅନେକ ଅର୍ଥ ରୋଜଗାର କରୁଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସୋମବାର ବିଳମ୍ବ ରାତିରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି | ମଙ୍ଗଳବାର ସକାଳେ ତାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚର ପ୍ରପର୍ଟି ସେଲ ଦ୍ୱାରା ଜେଜେ ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା।

Leave A Reply

Your email address will not be published.