ରାଜସ୍ଥାନ ରୁ ଆସିଲା ଏହି ଦୁଖଃଦପୂର୍ଣ ଘଟଣା

0

୨୭/୦୨/୨୦୨୦ (ଓଡ଼ିଆନ୍ୟୁଜ ବ୍ୟୁରୋ): ରାଜସ୍ଥାନର ବୁଣ୍ଡି ଜିଲ୍ଲା ଅନ୍ତର୍ଗତ କୋଟା – ଦୋୖସା ମେଗା ହାଇୱେ ନିକଟ ମୈଜ୍ ନଦୀ ରେ ବୁଧବlର ଦିନ ଘଟିଯାଇଛି ଏକ ଅଘଟଣ l 28 ଜଣ ଯାତ୍ରୀ ବରନ୍ ରୁ ସୱାଇ ମଧ୍ୟପୁରକୁ ବିବାହ କାର୍ଯ୍ୟ ନିମନ୍ତେ ଯାଉଥିଲେ lଡ୍ରାଇଭର ଗାଡି ର ନିୟନ୍ତ୍ରଣ ହରାଇବାରୁ ରେଲିଂ କିମ୍ବା ୱାଲ୍ ନଥିବା ଓଭର ବ୍ରିଜରୁ ବସ୍ ଟି ନଦୀ ଭିତରକୁ ଖସିପଡିଥିଲା l ମୃତକ ଙ୍କ ମଧ୍ୟ ରେ 10 ଜଣ ମହିଳା ଓ 3ଜଣ ଶିଶୁ ଥିଲେ l ଆହତ 3 ଜଣଙ୍କୁ ଲେଖାରିସ୍ଥିତ ସରକାରୀ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତି କରାଯାଇଥିଲା l ସେମାନଙ୍କ ମଧ୍ୟରୁ ଗୁରୁତର 2ଜଣ ଙ୍କୁ ପରେ କଟାସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ଳେଖରୀଥାନା ଏସ ଆଇ ରାଜେନ୍ଦ୍ର ପ୍ରକାଶ୍ ଏହା କହିଛନ୍ତି l

Leave A Reply

Your email address will not be published.