ଜାଣନ୍ତୁ କେଉଁମାନେ ଯିବେ ରାଜ୍ୟସଭା

0

୦୭.୦୩.୨୦୨୦ ( ଓଡିଆ ନ୍ୟୁଜ ବ୍ୟୁରୋ): ରାଜ୍ୟ ସଭା ପ୍ରାଥୀ ପାଇଁ ନାମ ଘୋଷଣl କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ବିଜେଡିର ସୁଜିତ କୁମାର, ମମତା ମହନ୍ତ, ସୁବାସ ସିଂ ଏବଂ ମୁନ୍ନା ଖାଁଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ l ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ପାଇଁ ଗତକାଲି ପ୍ରକାଶ ପାଇଥିଲା ବିଜ୍ଞପ୍ତି ।।ବିଜ୍ଞପ୍ତି ପ୍ରକଶ ପାଇବା ପରେ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ l ଓଡ଼ିଶାର ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ୧୭ ରାଜ୍ୟ ମଧ୍ୟରେ ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମଣିପୁର, ରାଜସ୍ଥାନ ଏବଂ ମେଘାଳୟରେ ହେବ ରାଜ୍ୟସଭା ନିର୍ବାଚନ

Leave A Reply

Your email address will not be published.