ରାମ ମନ୍ଦିର ନିର୍ମାଣ ପାଇଁ ଉଦ୍ଧବ ଦେବେ ଏତିକି ଟଙ୍କା ?

0

୦୭.୦୩.୨୦୨୦ ( ଓଡିଆ ନ୍ୟୁଜ ବ୍ୟୁରୋ):  ଅଯୋଧ୍ୟାରେ ତିଆରିହେବ ରାମ ମନ୍ଦିର ସେଇଥିପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ଘୋଷଣା କରିଛନ୍ତି । ଅଯୋଧ୍ୟା ରେ ଉଦ୍ଧବ କହିଛନ୍ତି ଯେ ମୁଁ ଘୋଷଣା କରୁଛି ରାମ ମନ୍ଦିର ନିର୍ମାଣ ପାଇଁ ମୋ ଟ୍ରଷ୍ଟରୁ କୋଟିଏ ଟଙ୍କା ଦେବି। ଏହା ମୋ ଭାଗରୁ ଏକ ଛୋଟ ଯୋଗଦାନ ହେବ। ଏଠାକୁ ଆସିବା ମୋ ପାଇଁ ଏକ ସମ୍ମାନଜନକ କଥା । ଗତ ଦେଢ଼ ବର୍ଷରେ ଏଭଳି ମୁଁ ୩ ଥର ଆସିଲିଣି। ସେ ଏହି ଅବସରରେ କହିଛନ୍ତି, ସେ ବିଜେପିଠାରୁ ଅଲଗା ହୋଇଥାଇପାରନ୍ତି, କିନ୍ତୁ ହିନ୍ଦୁତ୍ୱ ଠାରୁ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ସରଯୂ ନଦୀରେ ବୁଡ଼ ପକାଇବାର ଥିଲା। କିନ୍ତୁ ବର୍ତ୍ତମାନ କରୋନା ଭାଇରସର ଭୟାବହତା ବ୍ୟାପୁଛି ତେଣୁ ମୁଁ ମୋ ରାଜ୍ୟର ଲୋକଙ୍କୁ ମଧ୍ୟ ଗହଳିଠାରୁ ଦୂରେଇ ରହିବାକୁ କହିଛି। ଖୁବଶୀଘ୍ର ଏଠାକୁ ପୁଣି ଆସିବି।

Leave A Reply

Your email address will not be published.