ରାମକୃଷ୍ଣ ସେବାଶ୍ରମ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ

0

ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଂଚାୟତ କୁଳନା ସ୍ଥିତ ରାମକୃଷ୍ଣ ସେବାଶ୍ରମ ଠାରେ ଗରିବ ଅସହାୟ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। କରୋନା ମହାମାରୀ ପରିପ୍ରେକ୍ଷୀରେ ରିଲିଆନ୍ସ ଫାଉଣ୍ଡେସନ ପକ୍ଷରୁ ହରିଜନ ଓ ଗରିବ ପରିବାରର ସଦସ୍ୟଙ୍କୁ ଖାଦ୍ୟସାମଗ୍ରୀ ପ୍ରଦାନ କରାଯାଇଥିଲା। ସ୍ୱାମୀ ଆଶ୍ରୟା ନନ୍ଦଜୀ ମହାରାଜା ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ ଯୋଗଦେଇ ଲୋକମାନଙ୍କୁ ଚାଉଳ , ଅଟା, ଡାଲି ଓ ଖାଇବା ତେଲ ଇତ୍ୟାଦି ପ୍ରଦାନ କରିଥିଲେ। ଏଥିରେ ଦିଲ୍ଲୀପ ପ୍ରଧାନ, ସସଧର ଜେନା, ବିଦ୍ୟାଧର ସେଠି, ଅଭିସାର ସାହୁ , ମୁରଲୀଧର ମଳିକ, ଭ୍ରମରବର ଜେନା , ମଣ୍ଟୁ ସିଂ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.