ପର୍ସନାଲ ଲୋନ୍ ନିୟମରେ ପରିବର୍ତ୍ତନ କଲା RBI

0

ବ୍ୟାଙ୍କର ଲୋନ ନିୟମରେ ପରିବର୍ତ୍ତନ କରିଛି ଭାରତୟ ରିଜର୍ଭ ବ୍ୟାଙ୍କ । ପର୍ସନାଲ ଲୋନର ଲିମିଟକୁ ସଂଶୋଧନ କରିଛି RBI । ଏହି ନୂଆ ନିୟମ ଅନୁସାରେ, ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ ତାଙ୍କ ପରିବାର ପାଇଁ ଲୋନର କ୍ଷମତାକୁ ୫ କୋଟି ଟଙ୍କା କରାଯାଇଛି । ଏହା ପୂର୍ବରୁ ବ୍ୟାଙ୍କ ନିର୍ଦ୍ଦେଶକଙ୍କ ପାଇଁ ବ୍ୟକ୍ତିଗତ ଲୋନ ସୀମା ୨୫ ଲକ୍ଷ ଟଙ୍କା ଥିଲା ।

RBI ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲରରେ କୁହାଯାଇଛି ଯେ, ନିଜ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କର ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର୍ସ ବା ଅନ୍ୟ ଡାଇରେକ୍ଟର୍ସଙ୍କ ପତ୍ନୀ ଓ ପିଲାଙ୍କ ବ୍ୟତିତ କୌଣସି ବି ସମ୍ପର୍କୀୟଙ୍କୁ ୫ କୋଟି ଅଧିକ ଋଣ ଦେବାକୁ ବ୍ୟାଙ୍କକୁ ଅନୁମତି ନାହିଁ ।

ତେବେ ପୂର୍ବରୁ ଅନେକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ନିର୍ଦ୍ଦେଶକମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଋଣ ଦେବା ପାଇଁ ସେମାନଙ୍କ ପଦର ଅପବ୍ୟବହାର କରିଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ ଏମଡି ଓ ସିଇଓ ଚନ୍ଦା କୋଚରଙ୍କ ଠାରୁ ନେଇ ଅନେକ ବଡ ବଡ଼ ଅଧିକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ରହିଛି ।

Leave A Reply

Your email address will not be published.