ଧାନ ପଞ୍ଜିକରଣ ବ୍ୟବସ୍ଥା କୁ ନେଇ ବୈଠକ

0

ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଂକ ଭଣ୍ଡାରିପୋଖରୀ ଶାଖା ଠାରେ ଧାନ କ୍ରୟ ବାବଦୀୟ ପଞ୍ଜିକରଣ ବ୍ୟବସ୍ଥା କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସହକାରୀ ନିବନ୍ଧକ ବିକାଶ ଚନ୍ଦ୍ର ନାୟକ ଓ ପଞ୍ଜିକରଣ ବ୍ୟବସ୍ଥା ତଦାରଖ ଅଧିକାରୀ ସତ୍ୟପ୍ରକାଶ ସେଠି ଯୋଗ ଦେଇଥିଲେ। ଚଳିତବର୍ଷ ଖରିଫ ଧାନକ୍ରୟ କେଉଁଭଳି ସୁଚାରୁରୂପେ ହୋଇପାରିବ ସେନେଇ ଅଧିକାରୀ ଦ୍ୱୟ ଉପସ୍ଥିତ ସମିତି ସମ୍ପାଦକ ଙ୍କ ସହିତ ଆଲୋଚନା କରିଥିଲେ। ବିଶେଷକରି ପଞ୍ଜିକରଣ ବ୍ୟବସ୍ଥା ରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ସମିତି ସମ୍ପାଦକ ରବୀନ୍ଦ୍ର ମହାନ୍ତି, ଜୟନ୍ତ କୁମାର ଭୋଇ, ରାଜେନ୍ଦ୍ର କୁମାର ଖଣ୍ଡାଇ, ସୁମନ୍ତ ସେନାପତି, ମିନାକ୍ଷୀ ରଞ୍ଜନ ଦାଶ, ସନ୍ତୋଷ ଦାସ, ଶୋମ୍ୟରଂଜନ ପଣ୍ଡା,ସୁବାସ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ସହକାରୀ ଶାଖା ପରିଚାଳକ ଧନୁର୍ଦ୍ଧର ସାହୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.