ରୋଡ଼ ରୋମିଓ ସାବଧାନ ! ୨୪୬ ଜଣ ଯୁବତୀଙ୍କୁ ମିଳିଲା ଏସପିଓ ନିଯୁକ୍ତି

0

୦୩/୦୧/୨୦୨୦: (ଓଡ଼ିଆନ୍ୟୁଜ ବ୍ୟୁରୋ): ରୋଡ଼ ରୋମିଓ ସାବଧାନ । ଏଣିକି ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମହିଳା, କର୍ମଜୀବୀ ଯୁବତୀ କିମ୍ବା ମହିଳା ଓ କଲେଜ ପଢୁଆ ଛାତ୍ରୀଙ୍କୁ କମେଣ୍ଟ କିମ୍ବା ଅଶୀଳ ଇଙ୍ଗିତ କଲେ ଫସିବେ ଯୁବକ । ରାଜଧାନୀରେ ମହିଳା, କର୍ମଜୀବୀ ମହିଳା ଓ କଲେଜ ପଢୁଆ ଯୁବତୀ ମାନକ ସୁରକ୍ଷାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପାଖରୁ ମହିଳା SPO ବ୍ୟବସ୍ତା ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୨୪୬ ଜଣ ଯୁବତୀଙ୍କୁ ଏହି ଏସ୍ପିଓ ପଦବୀରେ ନିଯୁକ୍ତି ଦିଆଯାଇଛି ।

Related image

ଏହି ନବନିଯୁକ୍ତ ଏସ୍ସିଓ ମାନେ ରାସ୍ତାରେ ମହିଳାଙ୍କ ଉପରେ କରାଯାଉଥିବା ଅସଦାଚରଣ ସହ ଯୁବତୀଙ୍କୁ ଅଶୀଳ ଇଙ୍ଗିତ ପ୍ରଦର୍ଶନ, କଲେଜ ପଢୁଆ ଯୁବତୀ ମାନଙ୍କ ଉପରେ ଯେପରି କୌଣସି କମେଣ୍ଟ ପାସ କରା ନ ଯାଏ ତା ଉପରେ ତୀକ୍ଷ୍ଣ ନଜର ରଖିବେ । ଏହା ବ୍ୟତୀତ ଯଦି କୌଣସି ସ୍ଥାନରେ କୌଣସି ଯୁବକ ଏତାଦୃଶ କାର୍ଯ୍ୟ କରୁଥିବାର ନଜର ଆସନ୍ତି ତେବେ ସେମାନଙ୍କୁ ଏହି ଏସ୍ପିଓ ମାନେ ତୁରନ୍ତ ଗିରଫ ମଧ୍ୟ କରିପାରିବେ ବୋଲି କମିଶନରରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏସ୍ପିଓ ମାନଙ୍କୁ ଏହି କ୍ଷମତା ପ୍ରାଥମିକ ପର୍ଯ୍ୟାୟରେ ତିନି ମାସ ପାଇଁ ପ୍ରଦାନ କରାଯାଇଛି । କମିଶନରେଟ ପୋଲିସର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ ଗତକାଲି ଏପରି ଲେଡି ଏସ୍ପିଓ ବ୍ୟବସ୍ତା ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଛି ।

 

Leave A Reply

Your email address will not be published.