ସଞ୍ଜୟ କୋଠରି ହେଲେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର

0

ଆଜି ସଞ୍ଜୟ କୋଠାରି ଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବରେ ନିଯୁକ୍ତ କରାଯାଇଛି l ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭବନରେ ସଞ୍ଜୟ କୋଠାରି ଙ୍କୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବରେ ଶପଥ ପାଠ କରାଯାଇଥିଲା l ଏନେଇ ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ ବିଜ୍ଞପ୍ତି ରୁ ଜଣାପଡିଛି l ସଞ୍ଜୟ କୋଠାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିଲେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ଵରେ ଫେବୃଆରୀ ମାସରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଚୟନ କମିଟିରେ ସଞ୍ଜୟ କୋଠାରି ଙ୍କ ନାମ ସୁପାରିସ କରାଯାଇଥିଲା l ଗତ ବର୍ଷ ଜୁନ ମାସରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ପଦବୀ ଖାଲି ପଡ଼ିବା ପରେ ଆଜି ସଞ୍ଜୟ କୋଠାରି ଙ୍କୁ ନିଯୁକ୍ତ କରାଯାଇଛି l ଏନେଇ ରାଷ୍ଟ୍ରପତି ଭବନ ରୁ ଜାରି ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି l

Leave A Reply

Your email address will not be published.