ସତ୍ୟ ନଗରକୁ କ୍ୟାଣ୍ଟନମେଣ୍ଟ ଘୋଷଣା କଲା ବିଏମସି

0

ଭୁବନେଶ୍ବର ସ୍ଥିତ ସତ୍ୟ ନଗର ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳ କୁ କ୍ୟାଣ୍ଟନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି l
ସେଥିପାଇଁ ସତ୍ୟନଗର ଛକରୁ କାଳି ମନ୍ଦିର ଛକ, କାଳି ମନ୍ଦିର ଛକ ରୁ ପତଞ୍ଜଳୀ ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସ୍ କ୍ୱାଟର, ବ୍ୟାଙ୍କ୍ ଅଫ ଇଣ୍ଡିଆର ଅଫିସ୍ କ୍ୱାଟର ରୁ ସତ୍ୟନଗର ଛକ ଠାରେ ଥିବା ବିଗ୍ ବଜାର ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି l

ଏହି ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଘରୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି l ଏଥିସହ ସମସ୍ତ ସରକାରୀ ଏବଂ ବେସରକାରୀ ଅଫିସ କୁ ବନ୍ଦ କରିଦିଆଯାଇଛି l ସଂପୃକ୍ତ ଅଞ୍ଚଳକୁ ଆବଶ୍ୟକୀୟ ସାମଗ୍ରୀ ବିଏମସି ତରଫରୁ ଯୋଗାଇ ଦିଆଯିବ l

Leave A Reply

Your email address will not be published.