ଜlଣନ୍ତୁ ଏସସିବିରେ ଏତିକି ଶଯ୍ୟା ବିଶିଷ୍ଟ ଆଇସୋଲେସନ ୱାର୍ଡ ଖୋଲାଯିବ

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ସ୍କୁଲ ,କଲେଜ ସହ ସଭାସମିତି ଉପରେ ଅଙ୍କୁଶ ଲଗାଇଛନ୍ତି I ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡିଯାଇଛି l ରାଜ୍ୟ ସରକାର ଏସସିବିରେ ୧੦੦੦ ବିଶିଷ୍ଟ ଆଇଶୋଲେସନ ୱାର୍ଡ ଖୋଲିବାକୁ ଯାଉଛନ୍ତି l ସୋମବାର ସ୍ୱାସ୍ଥ୍ୟ ବିଭାଗ ଏବଂ ଏସସିବି କର୍ତ୍ତୃପକ୍ଷ ଙ୍କ ସହିତ ବୈଠକ କରିଥିଲେ l ଯକ୍ଷ୍ମା ଏବଂ ଛାତିରୋଗ ବିଭାଗରେ ସେଣ୍ଟର ଅଫ ଏକ୍ସଲେନ୍ସ ପାଇଁ ନିର୍ମିତ ନୂତନ ଅଟାଳିକାକୁ କାର୍ଯ୍ୟକ୍ଷମ କରିବାକୁ ପୂର୍ତ ବିଭାଗକୁ ନିର୍ଦେଶ ମିଳିଛି I ଏହି ଅଟ୍ଟାଳିକାରେ ଆଇଶୋଲେସନ ୱାର୍ଡ ଖୋଲାଯିବ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଯିବ I ଏଥିସହିତ ଡାକ୍ତର ,ସେବିକା , ପାରାମେଡିକାଲ କର୍ମଚାରୀଙ୍କୁ ତାଲିମ ପ୍ରାଦନ କରାଯାଇ ଚିକିତ୍ସା ସେବା ଯୋଗାଇଦିଆଯିବ I

ଏସସିବିର ଚକ୍ଷୁ ବିଭାଗର ଚତୁର୍ଥ ମହଲରେ କରୋନା ଚିକିତ୍ସା ପାଇଁ ଆଇସିୟୁ ଆଇଶୋଲେସନ ୱାର୍ଡ ଖୋଲା ଯାଇଛି l ଏଠାରେ ୩ଜଣ ଡାକ୍ତର ,୧੦ଜଣ ସେବିକା ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି l ଏସସିବିକୁ ମୋଟ ୧୨ ଜଣ ଭର୍ତି ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ରକ୍ତ ନମୁନା ନେଗେଟିଭ ରହିଥିବାବେଳେ ଜଣଙ୍କ ରିପୋଟ ହସ୍ତଗତ ହୋଇନାହିଁ I

Leave A Reply

Your email address will not be published.