ଜଗତସିଂହପୁର ଜିଲ୍ଲାରେ କାହିଁକି ଜାରିହେଲା ୧୪୪ ଧାରା ?

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ପ୍ରାଣଘାତି କରୋନା ପାଇଁ ଏବେ ସବୁଆଡେ ସଜାଗ l ଜଗତସିଂହପୁର ଜିଲ୍ଲରେ କରୋନା ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ I ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି l ଜିଲ୍ଲାରେ ଥିବା ପ୍ରମୁଖ ସ୍ଥାନ ମାନଙ୍କରେ କଟକଣା ଜାରି କରାଯାଇଛି l ଶାରଳା ମନ୍ଦିର ,ଗୋରେଖନାଥ ମନ୍ଦିର ,ସହ ବିଭିନ୍ନ ମନ୍ଦିର ମାନଙ୍କରେ କଟକଣା ଜାରି କରାଯାଇଛି I ଜିଲ୍ଲାରେ ଥିବା ବିଭିନ୍ନ ମେଳା, ମନ୍ଦିର, ମସଜିଦ, ପର୍ଯ୍ୟଟନ ସ୍ଥଳ, ମଲ ଓ ହୋଟେଲକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ କାର୍ଯ୍ୟକୁ ଇ ଅଫିସ ଜରିଆରେ କରିବାକୁ ଜିଲ୍ଲାପାଳ କହିଛନ୍ତି । ବାହାରୁ ଆସିଥିବା ୨୭ ଜଣଙ୍କ ଊପରେ ନଜର ମଧ୍ୟ ରଖାଯାଇଛି l କୋରାନକୁ ନେଇ କୌଣସି ଗୁଜବ ପ୍ରସାରଣ କଲେ ଦୃଢ କାର୍ଯ୍ୟlନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି l

Leave A Reply

Your email address will not be published.