କରୋନାକୁ ରୋକିବ ୧୪୪ ଧାରା

0

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କରୋନା ମୁକାବିଲା ପାଇଁ ତତ୍ପର ହୋଇଉଠିଛି ଯାଜପୁର ଜିଲ୍ଲା ପ୍ରଶାସନ l ଜିଲ୍ଲାରେ କରୋନା ମୁକାବିଲା ପାଇଁ 144 ଧାରା ଜାରି କରାଯାଇଛି l ଜିଲ୍ଲାର କୌଣସି ଲୋକ 5ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ l ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାବା ସହ ବୈତରଣୀର ପ୍ରସିଦ୍ଧ ବାରୁଣୀ ବୁଡ ଉପରେ ମଧ୍ୟ କଟକଣା ଜାରି ହୋଇଛି l ଜିଲ୍ଲା ଭିତରକୁ ବାହାରର କୌଣସି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ଆନୁମତି ମିଳୁନାହିଁ I

Leave A Reply

Your email address will not be published.