ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ଏପରି ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ, ଲୋକେ ବି କନଫ୍ୟୁଜ୍

0

ଅଶ୍ଲୀଳ ଭିଡିଓ କରି ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗତକାଲି ଜାମିନ୍ ମିଳିଛି । ୬୨ ଦିନ ପରେ ରାଜ କୁନ୍ଦ୍ରା ଜେଲରୁ ବାହାରକୁ ଆସିଛନ୍ତି । ୫୦ ହଜାର ଟଙ୍କାର ମୁଚଲକେରେ ରାଜଙ୍କୁ ଜାମିନ ଦେଇଛନ୍ତି କୋର୍ଟ ।

ରାଜ କୁନ୍ଦ୍ରାଙ୍କ ଜେଲରୁ ମୁକୁଳିବା ଖବର ଶୁଣିବା ପରେ ଅଭିନେତ୍ରୀ ଶିଳ୍ପ ଶେଟ୍ଟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଶିଳ୍ପା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପଜିଟିଭ୍ ପୋଷ୍ଟ ସେୟାର କରି ନିଜର ଭାବନାକୁ ପ୍ରକାଶ କରିଛନ୍ତି । ଏହି ପୋଷ୍ଟକୁ ଦେଖି ଲୋକଙ୍କୁ ଲାଗୁଛି ଯେ, ବର୍ତ୍ତମାନ ଶିଳ୍ପା ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ସେ ଲେଖିଛନ୍ତି ଯେ, ‘ଇନ୍ଦ୍ରଧନୁର ଅସ୍ତିତ୍ୱରୁ ଏହା ପ୍ରମାଣିତ ହୋଇଥାଏ କି ଏକ ଭୟଙ୍କର ଝଡ଼ ପରେ ବି ସୁନ୍ଦର ଜିନିଷ ହୋଇପାରେ ।’ ଶିଳ୍ପାଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ଜୁଲାଇ ୧୯ ତାରିଖରେ ରାଜ୍ କୁନ୍ଦ୍ରାଙ୍କୁ ପର୍ଣ୍ଣ ଫିଲ୍ମ ତିଆରି ଆପ୍ ରେ ଅପଲୋଡ୍ କରିବା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଏନେଇ କୁନ୍ଦ୍ରାଙ୍କୁ ପଚରାଉଚରା କରାଯିବା ପରେ ଶିଳ୍ପାଙ୍କୁ ମଧ୍ୟ ଜେରା କରାଯାଇଥିଲା । ଏଥିରେ ସେ ରାଜ୍ କୁନ୍ଦ୍ରାଙ୍କ ସପକ୍ଷରେ ମତ ଦେଇଥିଲେ । ଆଉ କହିଥିଲେ ଯେ, ତାଙ୍କ ସ୍ୱାମୀ ପର୍ଣ୍ଣ ଫିଲ୍ମ ନୁହେଁ ବରଂ ଏରୋଟିମ୍ ଫିଲ୍ମ କରନ୍ତି ।

Leave A Reply

Your email address will not be published.