ସଟଡାଉନ୍ ନିୟମ ଉଲଙ୍ଘନକରିଙ୍କୁ ଗିରଫ୍ କଲା ପୋଲିସ

0

ରାଜ୍ୟରେ କରୋନା ସଂକ୍ରମିତ ବୃଦ୍ଧି ଘଟିବା ପରେ l ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କଠୋର ପଦକ୍ଷେପ ନେଉଛନ୍ତି l ରାଜ୍ୟର ଭଦ୍ରକ, ଭୁବନେଶ୍ବର ଏବଂ କଟକ ସହରକୁ 48 ଘଣ୍ଟିଆ ସଟ ଡାଉନ୍ ଘୋଷଣା କରିଛନ୍ତି l
ସଟ ଡାଉନ୍ ନିୟମକୁ ଉଲ୍ଲଂଘନ କରୁଥିବା କେତେକ ନିୟମ ଉଲଙ୍ଘନକରି ଙ୍କୁ ପୋଲିସ ଗିରଫ୍ କରିଥିବା ଜଣାପଡିଛି l ରାଜଧାନୀ ଭୁବନେଶ୍ଵରରେ ନିୟମ ଉଲଙ୍ଘନ କରୁଥିବା 64 ଜଣଙ୍କୁ ପୋଲିସ ଗିରଫ୍ କରିଥିବା ବେଳେ 45 ଜଣଙ୍କୁ 14 ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଗଲା ବୋଲି ଡିସିପି ସୂଚନା ଦେଇଛନ୍ତି l ସେହିପରି ଭଦ୍ରକରେ ମଧ୍ୟ ସଟ ଡାଉନ୍ କୁ ଜୋରଦାର୍ କରାଯାଇଛି l ସଟ ଡାଉନ୍ ସମୟରେ ସହରରେ ବୁଲୁଥିବା ଅଭିଯୋଗରେ 9 ଜଣ ବ୍ୟକ୍ତିଙ୍କୁ ଗିରଫ୍ କରାଯାଇଛି ଏବଂ ସମସ୍ତ ବ୍ଯକ୍ତିଙ୍କୁ 14 ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି I

Leave A Reply

Your email address will not be published.