ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଚିକିତ୍ସା ପାଇଁ ବାହାରକୁ ପଠାଯିବ!

0

ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତାଙ୍କର ଏବେ ଅକ୍ସିଜେନ୍‌ ଲେବୁଲ୍‌ କମି ଯାଇଥିବାରୁ ତାଙ୍କୁ ଅକ୍ସିଜେନ୍‌ ଦିଆଯାଉଛି । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଗତ ୨୬ ଦିନ ହେଲା ସେ ମହାମାରୀ କରୋନାରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଥମେ ଗୋଟିଏ ହସ୍ପିଟାଲ୍‌ରେ ୬ଦିନ ଚିକିତ୍ସା ହେବା ପରେ ଆଉ ଏକ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେ ଗୁରୁତର ହୋଇପଡ଼ିଥିବା ଖବର ଆସିବା ପରେ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଅନ୍ୟପକ୍ଷରେ ତପୁଙ୍କ ଚିକିତ୍ସା ପାଇଁ ସମସ୍ତ କଳାକାର ସହଯୋଗର ହାତ ବଢ଼ାଇଛନ୍ତି । ସେହିପରି ପ୍ରବାସୀ ଓଡ଼ିଆମାନେ ମଧ୍ୟ ତପୁଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ତପୁଙ୍କୁ ଚେନ୍ନାଇ କିମ୍ବା ହାଇଦ୍ରାବାଦରେ ଉନ୍ନତି ଚିକିତ୍ସା ପାଇଁ ପଠାଯିବାକୁ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି । ଏନେଇ ସିନେ କଳାକାରମାନଙ୍କ ତରଫରୁ ଆଶୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.