ଗରିବ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ କଂଗ୍ରେସର ଘୋଷଣା

0

ଦେଶରେ ଗରିବ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଏକ ସ୍ଵତନ୍ତ୍ର ଘୋଷଣା କରାଯାଇଛି l ସୋମବାର ସକାଳ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଲିଖିତ ବିବୃତି ରେ କହିଛନ୍ତି ଯେ ପ୍ରତେକ ଗରିବ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଘର ବାହୁଡ଼ା ରେଳଯାତ୍ରା ଖର୍ଚ୍ଚ କଂଗ୍ରେସ ତରଫରୁ ବହନ କରାଯିବ l ଏନେଇ ପ୍ରଦେଶ କଂଗ୍ରେସ କମିଟି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି l କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି l ଗରିବ ଓ ପ୍ରବାସୀ ଶ୍ରମିକ ଦେଶ ଅର୍ଥନୀତି ର ମେରୁଦଣ୍ଡ ଗଠନ କରନ୍ତି l ସେମାନେ କିପରି ସୁବିଧା ଓ ମାଗଣାରେ ଘରେ ପହଁଚିବେ ତାହା ଦୃଷ୍ଟି ଦେବାକୁ ଆମେ ସରକାରଙ୍କ ଆଗରେ ବାରମ୍ଵାର ଦାବି କରିଆସୁଥିଲୁ କିନ୍ତୁ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରାଳୟ ମାଗଣା ଘର ବାହୁଡ଼ା କଥା କୁ ଉପେକ୍ଷା କରିଦେଇଛନ୍ତି l କେନ୍ଦ୍ର ସରକାର ଦେଶରେ ଶୀଘ୍ର ଲକ୍ ଡାଉନ୍ ଘୋଷଣା କରିଥିବାରୁ ଶ୍ରମିକ ମାନେ ବିଭିନ୍ନ ସ୍ଥାନରେ ଦୁର୍ଦ୍ଦଶା ଭୋଗୁଛନ୍ତି l ସେମାନଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନଥିବାରୁ ସେମାନେ ଘରକୁ ଫେରିପାରୁନାହାନ୍ତି l ତେଣୁ ଉକ୍ତ ସମସ୍ୟା କୁ ସାମ୍ନାରେ ରଖି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଗରିବ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଘର ବାହୁଡ଼ା ରେଳଯାତ୍ରା ବାବଦ ଖର୍ଚ୍ଚ ଦେବାକୁ ଘୋଷଣା କରିଛନ୍ତି l

Leave A Reply

Your email address will not be published.