ହୋମ ଆଇସୋଲେସନରେ ରହିବେ ଦକ୍ଷିଣ ଆଫ୍ରିକା ଖେଳାଳି

0

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ଭାରତ -ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହେବାପରେ ସ୍ବଦେଶ ଫେରି ଯାଇଛନ୍ତି ଦକ୍ଷିଣ ଆଫ୍ରିକାର ଖେଳାଳିମାନେ I ଭାରତ ଏବଂ ଦକ୍ଷିଣ ଆଫ୍ରିକା ସହ ତିନୋଟି ଦିନିକିଆ ଶୃଙ୍ଖଳା ଖେଳଯିବାର ଥିଲା I କରୋନା ଭାଇରସ ପାଇଁ ସିରିଜକୁ ବାତିଲ କରାଯିବାପରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ସ୍ବଦେଶ ପ୍ରତ୍ୟାବର୍ତନ କରିଛନ୍ତି I ଦକ୍ଷିଣ ଆଫ୍ରିକା ଟିମ ମଙ୍ଗଳବାର କୋଲକାତାରୁ ସାଉଥ ଆଫ୍ରିକାକୁ ଉଡାଣI ଭରିଥିଲେ I ସ୍ୱଦେଶରେ ପଂହଁଚିଲେ ସେମାନଙ୍କୁ 14 ଦିନ ହୋମ ଆଇସୋଲେସନରେ ରଖିବାର କାର୍ଯ୍ୟକ୍ରମ ରହିଛି I ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମେ ଖେଳାଳି ମାନେ 14 ଦିନ ହୋମ ଆଇସୋଲେସନରେ ରହିବେ I ସମସ୍ତ ଖେଳାଳି ଅଲଗା ଅଲଗା ରହିବIର ନିର୍ଦେଶ ରହିଛି I ଯଦି ଖେଳାଳି ମାନଙ୍କ ପାଖରେ କିଛି ଲକ୍ଷଣ ଦେଖାଦେଲା ସଂଗେ ସଂଗେ ସେମାନଙ୍କୁ ଯାଞ୍ଚ କରାଯାଇ ଚିକିତ୍ସିତ ହେବେ I

Leave A Reply

Your email address will not be published.