ସଂକଟ ସମୟରେ ଦକ୍ଷିଣ କୋରିଆରେ ଅନୁଷ୍ଠିତ ହେଲା ସାଧାରଣ ନିର୍ବାଚନ

0

ଦକ୍ଷିଣ କୋରିଆ ରେ ଗତକାଲି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଦକ୍ଷିଣ କୋରିଆରେ 10,590 ଜଣ ମହାମାରୀ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ବେଳେ 225 ଜଣଙ୍କ ମୃତ୍ୟୁ ଘଟିସାରିଛି l ଏହାକୁ ଦୃଷ୍ଟି ରେ ରଖି ଦକ୍ଷିଣ କୋରିଆ ବିଭିନ୍ନ କଟକଣା ଲଗାଇ ତାହାର ସାଧାରଣ ନିର୍ବାଚନ ଅନୁଷ୍ଠିତ କରିଛି l ବିଶ୍ୱରେ କରୋନା ମହାମାରୀ ରୂପ ନେବା ପରେ ପ୍ରାୟତଃ ଦେଶ ସେମାନଙ୍କ ନାଗରିକ ମାନଙ୍କୁ ଲକ୍ ଡାଉନ୍ ରେ ରଖିଛନ୍ତି l କେତେକ ଦେଶରେ ଏଭଳି ସ୍ଥିତି ହୋଇଛି ଯେ ପରିସ୍ଥିତି ଅଣାୟତ୍ତ ହୋଇପଡିଛି l

ଏହାରି ଭିତରେ ଦକ୍ଷିଣ କୋରିଆ ର ସମାଧାନ ନିର୍ବାଚନ ଦକ୍ଷିଣ କୋରିଆ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି l ଗତ କିଛି ସପ୍ତାହ ମଧ୍ୟରେ ଦକ୍ଷିଣ କୋରିଆ ରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ଘଟିଥିଲା l ଦକ୍ଷିଣ କୋରିଆ ରେ ସାଧାରଣ ନିର୍ବାଚନ ହେବା ନେଇ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀ ମାନେ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ l କିଭଳି ନିର୍ବାଚନ ଯୋଗୁଁ କରୋନା ସଂକ୍ରମଣ ନହେବ ସେନେଇ ମତଦାତା ଙ୍କ ଠାରୁ ଆରମ୍ଭ କରି ନିର୍ବାଚନ ଅଧିକାରୀ ମାନେ ସଜାଗ ଥିଲେ l

ନିର୍ବାଚନ ଅଧିକାରୀ ଏବଂ ମତଦାତା ମାନେ ହାତ ସଫା କରି ଏବଂ ସାମାଜିକ ଦୂରତା ରକ୍ଷା କରି ମତଦାନ କେନ୍ଦ୍ରକୁ ଯାଉଥିଲେ l ମତଦାତା ଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ 3 ଫୁଟ ଦୂରତାର କଳା ପଟି ଟଣାଯାଇଥିଲା l ସମସ୍ତ କର୍ମଚାରୀ ଏବଂ ମତଦାତା ମାନଙ୍କୁ ଗ୍ଲୋବସ୍ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା l

Leave A Reply

Your email address will not be published.