ବ୍ରୋଞ୍ଜ ପଦକ ଜିତି ଗୋଲ ପୋଷ୍ଟ ଉପରେ ଚଢ଼ିଗଲେ ଶ୍ରୀଜେସ୍

0

୪୧ ବର୍ଷର ଅଲିମ୍ପିକ୍ସ ପଦକ ମରୁଡିର ଅନ୍ତ ଘଟାଇ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି ଭାରତୀୟ ପୁରୁଷ ହକି ଦଳ । ଭାରତୀୟ ହକି ଦଳର ବିଜୟ ପରେ ଗୋଲ କିପର ପି ଆର ଶ୍ରୀଜେସଙ୍କ ଏକ ଫଟୋ ବେଶ ଭାଇରାଲ ହୋଇଛି । ଜର୍ମାନୀକୁ ୫-୪ରେ ପରାସ୍ତ କରି ଭାରତ ଐତିହାସିକ ବିଜୟ ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବିଜୟ ପରେ ସମୁଦାୟ ଭାରତୀୟ ଦଳ ଏକାଠି ବିଜୟ ପାଳନ କରୁଥିବା ବେଳେ ଓଇ ହକି ଷ୍ଟାଡିୟମ ଗୋଲ ପୋଷ୍ଟ ଉପରକୁ ଉଠି ଯାଇଥିଲେ ଶ୍ରୀଜେସ । ପାହାଡ ଉପରେ ଧ୍ୟାନସ୍ଥ ସନ୍ନ୍ୟାସୀଙ୍କ ପରି ଶ୍ରୀଜେସ ଗୋଲ ପୋଷ୍ଟ ଉପରେ ବସି ରହିଥିଲେ ।

ଗୁରୁବାର ଭାରତୀୟ ଦଳ ବିଜୟୀ ହୋଇଥିବା ବେଳେ ଏଥିରେ ପ୍ରମୁଖ ଭୂମିକା ନିଭାଇଥିଲେ ଶ୍ରୀଜେସ । ଭାରତୀୟ ହକିର ୱାଲ ଭାବରେ ପରିଚିତ ଜର୍ମାନୀର ପେନାଲ୍ଟି କର୍ଣ୍ଣର ଗୁଡିକୁ ବିଫଳ କରିବା ସହିତ ଭାରତକୁ ବିଜୟୀ କରାଇଥିଲେ । ଗୁରୁବାର ମ୍ୟାଚରେ ଜର୍ମାନୀ ୧୩ଟି ପେନାଲ୍ଟି କର୍ଣ୍ଣର ପାଇଥିବା ବେଳେ ଏଥିରୁ ମାତ୍ର ଗୋଟିଏ ଗୋଲରେ ପରିଣତ ହୋଇଥିଲା । ଏପରି ବିଜୟ ଉତ୍ସବକୁ ନେଇ ଶ୍ରୀଜେସ କହିଛନ୍ତି ଗୋଲାପୋଷ୍ଟ ନିମନ୍ତେ ମଧ୍ୟ ସମ୍ମାନ ଜଣାଇବା ଆବଶ୍ୟକ । ଏହା ମୋ ସ୍ଥାନ, ଏହିଠାରେ ମୁଁ ମୋର ସମଗ୍ର ଜୀବନ ବିତାଇଛି । ଏହା ସହିତ ସମଗ୍ର ଦୁନିଆକୁ ଏହା ଜଣାଇବାକୁ ଚାହୁଁଥିଲିକି ଏହି ଗୋଲପୋଷ୍ଟଟି ବର୍ତ୍ତମାନ ମୋ ଅକ୍ତିଆରରେ ରହିଛି । ମୋ ଜୀବନରେ ଯାହାବି ହସ, ଖୁସି, ଦୁଃଖ, ପ୍ରତିଘାତ ତାକୁ ମୁଁ ଓ ମୋ ପୋଷ୍ଟ ମିଳିତ ଭାବରେ ସାମ୍ନା କରିଥାଉ ।

Leave A Reply

Your email address will not be published.