ରାଜ୍ୟରେ କରୋନା ପଜେଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

0

ରାଜ୍ୟରେ ଦୁଇ କରୋନା ପଜେଟିଭ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି l ସେ କହିଛନ୍ତି ବର୍ତ୍ତମାନ ଆମେ ଷ୍ଟେଜ ଟୁ ରେ ଅଛୁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ l ରାଜ୍ୟର ଦୁଇ ଜଣ କରୋନା ପଜେଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି l କରୋନା କୁ ନେଇ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ସଚେତନ ରୁହନ୍ତୁ l ବାହାରକୁ ବାହାରନ୍ତୁ ନାହିଁ l ସମସ୍ତେ ହାତକୁ ନିୟମିତ ବ୍ୟବଧାନରେ ଧୋଇବା ସହ ସାମାଜିକ ଦୂରତା ବଜାଇ ରଖିବାକୁ ପରାମର୍ଶ ଦେଇଛନ୍ତି l

Leave A Reply

Your email address will not be published.