ଏବେ ମହିଳା ମାନେ ମଧ୍ୟ୍ୟ ଦେଇପାରିବେ UPSC NDA ପରୀକ୍ଷା

0

ବଡ ବ୍ରେକିଂ: ବୁଧବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ଯେଉଁଥିରେ ମହିଳାମାନେ NDA (ଏନଡିଏ) ପରୀକ୍ଷା ଦେଇପାରିବେ | ସୈନିକ ସ୍କୁଲ ଏବଂ ନ୍ୟାସନାଲ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଝିଅମାନଙ୍କୁ ଆଡମିଶନ ଦେବା ପାଇଁ ସୁଯୋଗ ନ ମିଳିବାରୁ, ବୁଧବାର ସୁପ୍ରିମକୋର୍ଟରେ ଏକ PIL ଶୁଣାଣି ହୋଇଥିଲା । ଯେଉଁଥିରେ ମହିଳାମାନେ ମଧ୍ୟ୍ୟ ସେପ୍ଟେମ୍ବର ରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷା ଦେଇ ପାରିବେ |

ପୁରୁଷଙ୍କ ଭଳି ମହିଳା ମାନଙ୍କୁ ମଧ୍ୟ୍ୟ ପୁନେ ସ୍ଥିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ କେରଳ ଭିତ୍ତିକ ଭାରତୀୟ ନାଭାଲ ଏକାଡେମୀ (ଆଇଏନ୍ଏ) ରେ ଆଡମିଶନର ସୁଯୋଗ ଦିଆଯାଉ ବୋଲି ଓକିଲ କୁଶ କାଲ୍ରା ଏହି ଆବେଦନ କରିଥିଲେ । ବୁଧବାର ସୁପ୍ରିମକୋର୍ଟରେ ଏକ PIL ଶୁଣାଣି ହୋଇଥିଲା ଯେଉଁଥିରେ ମହିଳାମାନଙ୍କୁ ଏନଡିଏ ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି । ମହିଳାମାନଙ୍କୁ NDA (ଏନଡିଏ) ପରୀକ୍ଷାରେ ଭାଗ ନେବାକୁ ଅନୁମତି ନ ଦେଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସେନାକୁ ନିନ୍ଦା କରିଛନ୍ତି।

ବୁଧବାର ସୁପ୍ରିମକୋର୍ଟ ମହିଳା ପ୍ରାର୍ଥୀଙ୍କୁ UPSC NDA ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦେଇଛନ୍ତି। ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷା 5 ସେପ୍ଟେମ୍ବର 2021 ରେ ଅନୁଷ୍ଠିତ ହେବ ଏବଂ ଏଥିରେ ମହିଳା ପ୍ରାର୍ଥୀମାନେ ଉପସ୍ଥିତ ରହିପାରିବେ। ଏକାଡେମୀରେ ଆଡମିଶନ କୋର୍ଟର ଅନ୍ତିମ ନିର୍ଦ୍ଦେଶ ଅନୁଯାୟୀ ହେବ।

Leave A Reply

Your email address will not be published.