ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆରମ୍ଭ ହେଲା ୱେବସାଇଟ୍

0

ଆଜି ହେଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଏହି ଅବସରରେ ତାଙ୍କର ଅଭିନୟ ଜୀବନର ସଫଳତା ଓ ଘଟଣାବଳୀକୁ ନେଇ ଆରମ୍ଭ କରାଯାଇଛି ଏକ ୱେବସାଇଟ୍ www.immortalsushant.com । ସୁଶାନ୍ତଙ୍କ ପରିବାର ଲୋକଙ୍କ ସହଯୋଗରେ ଏହି ୱେବସାଇଟ୍ ଆରମ୍ଭ କରାଯାଇଥିବା ଜଣାପଡ଼ିଛି । ସୁଶାନ୍ତଙ୍କ ଚଳଚ୍ଚିତ୍ର ବିଷୟରେ ଲୋକଙ୍କୁ ଜଣାଇବା ହେଉଛି ଏହି ୱେବସାଇଟ୍ ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ସୁଶାନ୍ତଙ୍କ ଫଟୋ, ରୁଚି ସହିତ ଅନ୍ୟାନ୍ୟ ବିଷୟରେ ସୁବିସ୍ତୃତ ସୂଚନା ଉପଲବ୍ଧ ହେବ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଅଚାନକ ମୃତ୍ୟୁକୁ ନେଇ ବଲିଉଡ୍ ସମେତ ସାରା ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା । ଆଜି ମଧ୍ୟ ତାଙ୍କର ମୃତ୍ୟୁ ଏକପ୍ରକାର ରହସ୍ୟ ଘେରରେ ରହିଛି । ଆଜି ବି ତାଙ୍କର ପ୍ରଶଂସକମାନେ ସୁଶାନ୍ତଙ୍କୁ ଝୁରୁଛନ୍ତି । ଏହି ଅବସରରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ନିଜ ଘରେ ହୋମ କରି ତାହାର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି ।

Leave A Reply

Your email address will not be published.